ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ଆଜି ଜାମିନ ଆବେଦନର ଶୁଣାଣି । ଦିଲ୍ଲୀ ମଦନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟଙ୍କ ଜାମିନର ଶୁଣାଣି ଗତ ଶନିବାର ହେବାର ଥିଲା । ମାତ୍ର ତାହାକୁ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଥିଲା । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ମାମଲାର ହେବ ଶୁଣାଣି । ମଦ ନୀତି ମାମଲାରେ ଗତ ଅକ୍ଟୋବର ୪ ତାରିଖରେ ସଞ୍ଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି । ଇଡିର ଚାର୍ଜସିଟରେ କୁହାଯାଇଥିଲା- ଦିଲ୍ଲୀଭିତ୍ତିକ ବ୍ୟବସାୟୀ ତଥା ମଦ ଦୁର୍ନୀତି ଅଭିଯୁକ୍ତ ଦିନେଶ ଆରୋରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେଠାରେ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ଜେରା ବେଳେ ଦିନେଶ ଅତୀତରେ ସଞ୍ଜୟଙ୍କୁ ଏକ ଇଭେଣ୍ଟରେ ଭେଟିଥିଲେ ଏବଂ ପରେ ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପର୍କରେ ଆସିଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ