The Topmost

“The eyes believe themselves, the ears believe other people.”

ସଞ୍ଜୁ ସାମସନଙ୍କୁ କପିଲ ଦେବଙ୍କ ପରାମର୍ଶ

ଭାରତୀୟ କ୍ରିକେଟ ଦଳର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ କପିଲ ଦେବଙ୍କ ପରାମର୍ଶ । ଆାଗକୁ ଏସୀଆ କପ ଏବଂ ବିଶ୍ବକପ ଆସୁଛି । ନିଜର ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ । ଆଇପିଏଲରେ ଦମଦାର ଖେଳୁଥିବା ସଞ୍ଜୁ ଆନ୍ତର୍ଜାତୀୟ କ୍ରିକେଟରେ ସେମିତି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରିପାରୁନାହାନ୍ତି । ନିକଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖରାପ ପ୍ରଦର୍ଶନ କରିଥିଲେ ସଞ୍ଜୁ । ଏବେ ଆୟାରଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ସଞ୍ଜୁଙ୍କ ନାମ ରହିଛି । ଏଥିରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଫଳରେ ଦଳ ତାଙ୍କ ଉପରେ ଭରସା ରଖି ଏସିଆ କପରେ ସ୍ଥାନ ଦେବ । ସେପଟେ ଏସିଆ କପ ପ୍ରଦର୍ଶନକୁ ଦେଖି ବିଶ୍ବକପ ଦଳରେ ମଧ୍ୟ ସ୍ଥାନ ମିଳିବ । ଏଣୁ ଏହି ସିରିଜରେ ଦମଦାର ପ୍ରଦର୍ଶନ କରିବାକୁ କପିଲ ପରାମର୍ଶ ଦେଇଛନ୍ତି । ଅଗଷ୍ଟ ୨୦ ତାରିଖରେ ଏସିଆ କପ ପାଇଁ ଅଗଷ୍ଟ ୨୦ରେ ଭାରତୀୟ ଦଳ ଘୋଷଣା ହେବ । ଏଣୁ ଏହି ମ୍ୟାଚ ଗୁରୁତ୍ବ ବହନ କରିବ ।