The Topmost

“The eyes believe themselves, the ears believe other people.”

ସକାଳୁ ପିଅନ୍ତୁ ଧନିଆ ପାଣି, ଚମତ୍କାର ଦେଖି ତାଜୁବ୍ ହେବେ

ପ୍ରତିଦିନ ସକାଳେ ଧନିଆ ପାଣି ପିଇବା ଦ୍ୱାରା କେବଳ ଥାଇରଏଡ୍ ଲକ୍ଷଣ କମ୍‌ ହୁଏ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟର ସନ୍ତୁଳନ ମଧ୍ୟ ଠିକ୍‌ ରହିଥାଏ। ଧନିଆ ପାଣି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରି ରେଡିକାଲସ୍‌କୁ ହ୍ରାସ କରିବାରେ ସାହାଯ୍ୟ କରେ |

କେଶ ପାଇଁ ମଧ୍ୟ ଏହା ଉତ୍କୃଷ୍ଟ । ଏଥିରେ ଭିଟାମିନ୍ କେ, ସି ଏବଂ ଏ  ଭରପୂର ମାତ୍ରାରେ ରହିଥାଏ। ଏହି ଭିଟାମିନ୍ କେଶକୁ ମଜଭୁତ କରିବା ସହ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳେ ଧନିଆ ପାଣି ପିଇବା ଦ୍ୱାରା ଆପଣଙ୍କ କେଶ ଝଡିବା ଏବଂ ଛିଡିବା ଭଳି ସମସ୍ୟା କମ ହୋଇଥାଏ |

ଥାଇରଏଡ ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ଏହା ରାମବାଣ ସଦୃଶ କାମ କରିଥାଏ ବୋଲି କୁହାଯାଏ। ରିପୋର୍ଟ ଅନୁଯାୟୀ ଥାଇରଏଡ୍ ରୋଗୀଙ୍କ ପାଇଁ ଧନିଆ ଜଳ ବେଶ୍‌ ଲାଭଦାୟକ ହୋଇଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ | ଧନିଆରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଫ୍ରି ରେଡିକାଲ୍ସ ହ୍ରାସ କରିଥାଏ ଯାହା ଶରୀରର ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ |

ଧନିଆ ପାଣି କିପରି ତିଆରି କରିବେ 

ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ଧନିଆ ମଞ୍ଜିକୁ ପାଣିରେ ୫ ମିନିଟ୍ ଫୁଟାନ୍ତୁ। ପାଣି ଅଧା ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ। ତା’ପରେ ଏହାକୁ ଛାଣି ପିଅନ୍ତୁ । ସାଧାରଣତଃ ଗର୍ଭବତୀ ମହିଳାମାନେ ଏହି ପାଣିକୁ କମ୍‌ ପିଇବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

SHARE BY