The Topmost

“The eyes believe themselves, the ears believe other people.”

ସଂସଦ ଭବନ ପରିସରରେ ଧାରଣା ମନା

ସଂସଦ ଭବନ ପରିସରରେ ଆଉ କେହି ଧାରଣା ପ୍ରଦର୍ଶନ କରିପାରିବେ ନାହିଁ । ବିଶେଷକରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆଉ କେହି ଧାରଣା ଦେଇପାରିବେ ନାହିଁ । ଏହାସହ ଏଠାରେ ଆମରଣ ଅନସନ ଉପରେ ଲାଗିଲା ରୋକ୍ । ଶାସକ ଦଳ ପକ୍ଷରୁ ଏପରି ନିୟମ ଜାରି କରାଯାଇଥିବାବେଳେ ଏହାକୁ କଟାକ୍ଷ କରି କଂଗ୍ରେସ ନେତା ଜୟରାମ ରମେଶ ରିଟ୍ୱିଟ୍ କରି ଛନ୍ତି । ଏହି ସମ୍ପର୍କୀତ ଏକ ଆଦେଶକୁ ପୋଷ୍ଟ କରି ମୋଦୀ ସରକାରଙ୍କୁ ଘେରିଛି କଂଗ୍ରେସ । ସେୟାର କରାଯାଇଥିବା ଆଦେଶ ମୁତାବକ, ସଂସଦ ଭବନ ପରିସରରେ କୌଣସି ସଦସ୍ୟ ନା ଧାରଣା ଦେଇପାରିବେ ନା ଏଠାରେ କେହି ଆମରଣ ଅନଶନରେ ବସିପାରିବେ । ଏଠାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇପାରିବ ନାହିଁ । ଏହି ଆଦେଶ ପରେ ବିରୋଧୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିୟମର ଏକ କପିକୁ ରିପୋଷ୍ଟ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଜୟରାମ ରମେଶ ଲେଖିଛନ୍ତି ‘ବିଶ୍ୱଗୁରୁଙ୍କ ନୂଆ କାମ- D(h)arna ମନା ।ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାର ଆଶଙ୍କା ରହିଛି ।