ଆଦାନୀ ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ । ରାଜରାସ୍ତାକୁ ଓହ୍ଲାଇବା ସହିତ ସଂସଦ ଭବନ ଗାନ୍ଧୀମୂର୍ତ୍ତି ତଳେ ବିରୋଧୀଙ୍କ ପ୍ରତିବାଦ । ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ବା ଜେପିସି କିମ୍ବା ନ୍ୟାୟିକ ତଦନ୍ତ ଦାବି କରି ପ୍ରତିବାଦ କରିଛନ୍ତି । କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳର ସାଂସଦମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକାଠି ହୋଇଥିଲେ । ଆଦାନୀ ଏଣ୍ଟରପ୍ରାଇଜେସ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀମାନେ ଲଗାତର ଗୃହରେ ଆଲୋଚନା କରିବାକୁ ଦାବି କରୁଛନ୍ତି । ଏହାର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଆମେ ସଂସଦରେ ଯେଉଁ ନୋଟିସ ଦେଇଛୁ ତା ଉପରେ ଆଲୋଚନା କରିବାକୁ ଚାହୁଁଛୁ । କିନ୍ତୁ ସରକାର ଏହାକୁ ନେଇ ରାଜି ହେଉ ନାହାନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ