ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦ ଅଧିବେଶନ । ଅଧିବେଶନ ପୂର୍ବରୁ ନବୀନ ନିବାସରେ ଭର୍ଚୁଆଲରେ ବିଜେଡି ସଂସଦୀୟ ଦଳର ବୈଠକ ବସିଥିଲା । ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୁଣି କେନ୍ଦ୍ର ଅବହେଳା କଥା ଉଠାଇଛନ୍ତି । ସଂଘୀୟ ବ୍ୟବସ୍ଥାରେ ଭାରତ ସରକାର ଓଡିଶାକୁ ସହାୟତା କରୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି କେନ୍ଦୁପତ୍ର ଉପରୁ ଜିଏସଟିକୁ କମ୍ କରିବା ଓ କେନ୍ଦ୍ରକୁ ସ୍ୱତନ୍ତ୍ର ଫୋକସ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି । ସେହିଭଳି ଓଡିଶା ଦେଇ ଯାଇଥିବା ଜାତୀୟ ରାଜପଥ କାମକୁ ଅବହେଳା କରାଯାଉଛି । ୬ ଜିଲ୍ଲାକୁ ରେଳବାଇ ନେଟୱର୍କ ସହ ଯୋଡାଯାଇନାହିଁ । କୋଷ୍ଟାଲ ହାଇୱେ କାମରେ କୌଣସି ଅଗ୍ରଗତି ହୋଇନାହିଁ । ୫ କିଲୋ ଚାଉଳକୁ ବନ୍ଦ କରି ଗରିବଙ୍କ ଉପରେ ପ୍ରହାର କରାଯାଇଛି । ୪ ବର୍ଷ ହେଲା ପିଏମ ଆୱାସ ଯୋଜନାରେ ମଧ୍ୟ ଅବହେଳା ପ୍ରଦର୍ଶନ କରାଯାଉଛି । ୧୫ ଲକ୍ଷ ଦାବି କରାଯାଇଥିବାବେଳେ ୮ ଲକ୍ଷ ମଂଜୁର ହୋଇଛି । ଏହାସହ କୃଷକ ପ୍ରସଙ୍ଗ ବି ଉଠାଇବ ବିଜେଡି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା