ବଦଳିବ ସଂସଦ କର୍ମଚାରୀଙ୍କ ଡ୍ରେସ୍ କୋଡ୍ । ନୂଆ ସଂସଦରେ ନୂଆ ବର୍ଦ୍ଦିରେ ନଜର ଆସିବେ ସଂସଦର ସମସ୍ତ କର୍ମଚାରୀ । ଯେଉଁଥିରେ ଭାରତୀୟତାର ଝଲକ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ହେଲେ ଏହାରି ଭିତରେ ସଂସଦ ଭବନର କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ କୋଡ୍ ଆସିପାରେ । ନୂଆ ସଂସଦ ଭବନରେ କର୍ମଚାରୀମାନେ ନୂଆ ବର୍ଦ୍ଦି ସହ ନଜର ଆସିପାରନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଉଭୟ ଲୋକସଭା ଏବଂ ରାଜ୍ୟସଭାର ମାର୍ଶଲମାନେ ମୁଣ୍ଡରେ ମଣିପୁର ଟୋପି ପିନ୍ଧିପାରନ୍ତି । ସେହିପରି ଟେବଲ ଅଫିସର, ନୋଟିସ୍ କାର୍ଯ୍ୟାଳୟ, ସଂସଦୀୟ ରିପୋର୍ଟିଂରେ କାମ କରୁଥିବା ଅଧିକାରୀମାନେ ପଦ୍ମ ଫୁଲ ଆକୃତିର ସାର୍ଟ ପିନ୍ଧିପାରନ୍ତି । ଅନ୍ୟପଟେ ମହିଳା କର୍ମଚାରୀମାନେ ନୂଆ ଡିଜାଇନର ଶାଢୀରେ ନଜର ଆସିପାରନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ