The Topmost

“The eyes believe themselves, the ears believe other people.”

ସଂଜୟ ସିଂଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂଙ୍କ ବିରୋଧରେ ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଇଡି । ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟରେ ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜାମିନ ପାଇଁ ସେ ରାୱଜ ଏଭିନ୍ୟୁ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବେଦନ କରିସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିପାରିନାହିଁ । ନଭେମ୍ବର ୨୪ ତାରିଖରେ ଏହି ମାମଲାରେ ଖୁବଶୀଘ୍ର  ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଉଥିଲା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଂଜୟ ସିଂ ଅର୍ଥ ହେରଫେର କରିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ ଇଡି ତାଙ୍କୁ ଗିରଫ କରିଥିଲା ।