The Topmost

“The eyes believe themselves, the ears believe other people.”

ସଂଚାର ସାଥୀ ପୋର୍ଟାଲର ବିକାଶ

ଏବେ ମିଳିବ ଚୋରି ହୋଇଥିବା କିମ୍ବା ହଜିଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ଆସନ୍ତା ୧୭ ତାରିଖରୁ ସାରା ଭାରତରେ ଏପରି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାର ସିଇଆଇଆର ବା ସଂଚାର ସାଥୀ ପୋର୍ଟାଲ ବିକାଶ କରିଛନ୍ତି । ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସରକାରୀ ସଂସ୍ଥା ସି-ଡଟ୍ ସଂଚାର ସାଥୀ ପୋର୍ଟାଲ ବିକାଶ କରିଛି । ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତର ପୂର୍ବାଂଚଳ ରାଜ୍ୟଗୁଡ଼ିକରେ ପରୀକ୍ଷଣ ଚାଲିଥିଲା । ସର୍ବଭାରତୀୟ ସ୍ତରରେ ଲାଗୁ ହେବା ପାଇଁ ଏହି ସୁବିଧା ପ୍ରସ୍ତୁତ ହୋଇଛି । ଏଥିସହ ସମସ୍ତ ମୋବାଇଲ ଫୋନର ଆଇଏମ୍ଆଇ ନମ୍ବର ଘୋଷଣା ବାଧ୍ୟତାମୂଳକ ହୋଇଛି ।  ସଂଚାର ସାଥୀ ଦ୍ୱାରା ଆଇଏମ୍ଆଇ ନମ୍ବରକୁ ଦେଖି ଫୋନ୍ ଠାବ ହୋଇପାରିବ ।