ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିପାରେ ବଡ ଦାୟିତ୍ୱ । ଓଡିଶା ସମେତ ତିନି ରାଜ୍ୟରେ ସଂଗଠନ ମଜବୁତ ପାଇଁ ଦାୟିତ୍ୱ ମିଳିପାରେ । ଏନେଇ ଏଆଇସିସି ସୂତ୍ରରୁ ସୂଚନା ପ୍ରକାଶ ପାଇଛି । ଆସନ୍ତାକାଲି ରାଜ୍ୟ କଂଗ୍ରେସ ଓଡିଶାରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏହା ପୂର୍ବରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ନୂଆ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସାରା ଦେଶରେ କଂଗ୍ରେସକୁ ମଜବୁତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ଆଧାରରେ ପ୍ରିୟଙ୍କାଙ୍କୁ ଓଡିଶା, ବିହାର ଏବଂ ଆନ୍ଧ୍ରପ୍ରଦେଶ ଦାୟିତ୍ୱ ମିଳିପାରେ ବୋଲି ଏଆଇସିସି ସୂତରୁ ଜଣାପଡିଛି । ପୂର୍ବରୁ ଏହି ତିନି ରାଜ୍ୟ କଂଗ୍ରେସର ଦୁର୍ଗ ଥିଲା । ଆଉ ଏଠାରେ ସରକାର ମଧ୍ୟ ଗଢିଥିଲା କଂଗ୍ରେସ । କିନ୍ତୁ ଏବେ ଏହି ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇଯାଇଛି । ତେଣୁ ପ୍ରିୟଙ୍କାଙ୍କୁ ଏହି ତିନି ରାଜ୍ୟର ଦାୟିତ୍ୱ ଦେଇ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜବୁତ କରିବାକୁ ଚିନ୍ତା କରୁଥିବା ସୂଚନା ରହିଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି