କରୋନା ମହାମାରୀ ସମୟରେ କେତେକ ନୂଆ ଶବ୍ଦ ସହ ଲୋକମାନେ ଯୋଡ଼ି ହୋଇଛନ୍ତି । ଏଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ‘ଷ୍ଟାର୍ଟଅପ୍’ । ଆପଣ ମଧ୍ୟ ପ୍ରତିଦିନ ଆଖପାଖରେ ଷ୍ଟାର୍ଟଅପ୍ ସହ ଜଡ଼ିତ ଅନେକ ଖବର ଦେଖିବାକୁ ପାଉଥିବେ । ଷ୍ଟାର୍ଟଅପ୍ର ଅର୍ଥ ହେଉଛି କୌଣସି ନୂଆ ବ୍ୟବସାୟ କିମ୍ବା କାମର ଶୁଭାରମ୍ଭ କରିବା । କରୋନା କାଳରେ ଅନେକ ଲୋକ ରୋଜାଗାର ହରାଇ ବସିଥିଲେ ଏବଂ ସେମାନଙ୍କୁ ମଧ୍ୟରେ କେତେ ଜଣ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରି ସଫଳ ହେବାରେ ଲାଗିଛନ୍ତି ।
ଦେଶରେ ଷ୍ଟାର୍ଟଅପ୍ର ଟ୍ରେଣ୍ଡ୍ ବଢ଼ିବାରେ ଲାଗିଛି । କୋଭିଡ-୧୯ ସମଗ୍ର ବିଶ୍ୱର ବ୍ୟବସାୟ କରିବା ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି । କେତେକ ଯୁବକ ଲକ୍ଷ ଟଙ୍କିଆ ଚାକିରି ଛାଡ଼ି ଷ୍ଟାର୍ଟଅପ୍ ପ୍ଲାନ କରିଛନ୍ତି ଏବଂ ସଫଳ ହେବା ସହ ଅନ୍ୟମାନଙ୍କ ଅର୍ଥ ରୋଜଗାରର ମାଧ୍ୟମ ପାଲଟିଛନ୍ତି । କହିବାକୁ ଗଲେ, ଲୋକମାନେ ଏବେ କାହାର ଅଧୀନରେ କାମ କରିବା ଅପେକ୍ଷା ନିଜ ଦମ୍ଭରେ କିଛି କାମ କରିବାକୁ ପସନ୍ଦ କରୁଛନ୍ତି । ଏଥିରୁ ସେମାନଙ୍କୁ ମାନସିକ ଶାନ୍ତି ମିଳୁଛି । ଏପରିକି କେତେକ ଷ୍ଟାର୍ଟଅପ୍ ବଡ଼ ବଡ଼ କମ୍ପାନୀକୁ ଟMର ଦେବା ସ୍ଥିତିରେ ରହିଛନ୍ତି ।
ଷ୍ଟାର୍ଟଅପ୍ ଇଣ୍ଡିଆ
୧୫ ଜାନୁଆରୀକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦେଶରେ ପ୍ରତି ବର୍ଷ ୧୬ ଜାନୁଆରୀ ରାଷ୍ଟ୍ରୀୟ ଷ୍ଟାର୍ଟଅପ୍ ଦିବସ ଭାବେ ପାଳନ କରାଯିବ । ସମ୍ପ୍ରତି ଏକ ରିପୋର୍ଟ ଅନୁସାରେ, ଦେଶର ଷ୍ଟାର୍ଟଅପ୍ ସେକଫର ମାତ୍ର ୫ ବର୍ଷରେ ହିଁ ଦୁନିଆର ତୃତୀୟ ସବୁଠୁ ବଡ଼ ଷ୍ଟାର୍ଟଅପ୍ ମାର୍କେଟ ପାଲଟିଛି । ୧ ଅରବ ଡଲାରରୁ ଅଧିକ ମୂଲ୍ୟର ଷ୍ଟାର୍ଟଅପ୍ ମାମଲାରେ ଭାରତ ଆଗରେ କେବଳ ଆମେରିକା ଏବଂ ଚୀନ ରହିଛି । ଯେଉଁଭଳି ଭାରତରେ ଷ୍ଟାର୍ଟଅପ୍ ସେକଫରକୁ ସମର୍ଥନ ମିଳୁଛି, ଏଥିରୁ ଆଶା କରାଯାଉଛି ଯେ ଖୁବଶୀଘ୍ର ଏହା ଏକ ଉଚ୍ଚସ୍ତରରେ ପହଞ୍ଚିବ । ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ରୋଜଗାରର ନୂଆ ଅବସର ସୃଷ୍ଟି କରିବା ପାଇଁ ନୂଆ ଉଦ୍ୟୋଗ ଏବଂ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ୨୦୧୫ର ସ୍ୱାଧୀନତା ଦିବସରେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନାର ଘୋଷଣା କରିଥିଲେ । ଏହାପରେ ୧୬ ଜାନୁଆରୀ ୨୦୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜାନକୁ ଲଞ୍ଚ୍ କରିଥିଲେ । ତେବେ ଏହାର ଉଦ୍ଦେଶ୍ୟ ହେଉଛି ଦେଶର ଆର୍ଥିକ ବିକାଶ କରିବା ସହ ରୋଜଗାର ପନ୍ଥା ଖୋଲିବା । ଲଞ୍ଚିଂର ମାତ୍ର ୫ ବର୍ଷ ମଧ୍ୟରେ ଦେଶରେ ୫୦ଟି ୟୁନିକର୍ନ ଷ୍ଟାର୍ଟଅପ୍ ତଥା ୧ ଅରବ ଡଲାରରୁ ଅଧିକ ମୂଲ୍ୟର ଷ୍ଟାର୍ଟଅପ୍ ରହିଛି ଏବଂ ଏହା ତୃତୀୟ ବଡ଼ ଗ୍ଲୋବାଲ ଷ୍ଟାର୍ଟଅପ୍ ବଜାର । ଏହାସହ ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ଏକ ଅରବ ଡଲାରରୁ ଅଧିକ ମୂଲ୍ୟାଙ୍କନ ଥିବା ଷ୍ଟାର୍ଟଅପ୍ର ମୋଟ ସଂଖ୍ୟା ୧୦୦ରୁ ଅଧିକ ହୋଇପାରେ । ଷ୍ଟାର୍ଟଅପ୍ ଇଣ୍ଡିଆର ଉଦ୍ୟମ ବଳରେ ଭାରତ ଗ୍ଲୋବାଲ ଇନୋଭେସନ ର୍ୟାଙ୍କିଂରେ ୨୦୧୫ରେ ୮୧ତମ ସ୍ଥାନରୁ ଆସି ଏବର୍ଷ ୪୬ତମ ସ୍ଥାନକୁ ଉନ୍ନିତ ହୋଇଛି । ଏହାସତ୍ତେ୍ୱ ମଧ୍ୟ ଭାରତରେ ଇକୋସିଷ୍ଟମକୁ ମଜଭୂତ କରିବାର ଆବଶ୍ୟକତା ରହିଛି । ଭାରତରେ ମୁଖ୍ୟ ଷ୍ଟାର୍ଟଅପ୍ ମଧ୍ୟରେ ସେୟାରଚାଟ୍, କ୍ରିଡ୍, ମିସୋ, ନାଜାରା, ମୋଗଲିକ୍ସ, ଏମପିଏଲ୍, ବ୍ଲିଙ୍କିଟ୍, ଅପ୍ଗ୍ରେଡ୍, ମ୍ୟାମଆର୍ଥ, ଗ୍ଲୋବାଲବିଇସ୍ ଏବଂ ସ୍ପିନି ସାମିଲ ରହିଛି ।
୨୦୨୧ରେ ଦେଶରେ ଉଭୟ ତାଲିକାଭୁକ୍ତ ଏବଂ ଅଣତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୂଲ୍ୟ ତୀବ୍ର ବୃଦ୍ଧି ଘଟିଛି ଏବଂ ଏହିସମୟରେ ୟୁନିକର୍ନର ସଖ୍ୟା ବଢି ୬୮ରେ ପହଞ୍ଚିଥିଲା । ଦେଶ ୨୦୨୧ରେ ୪୩ଟି ଷ୍ଟାର୍ଟଅପ୍ ୟୁନିକର୍ନ ହୋଇଛନ୍ତି । ତେବେ ଗତବର୍ଷ ଏହାର ଔପଚାରିକ ସଂଖ୍ୟା ୫୪ରେ ପହଞ୍ଚିଲା । ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ୭୪ ପ୍ରତିଶତ ୟୁନିକର୍ନ ଆମେରିକା ଏବଂ ଚୀନରେ ରହିଛି । ଆମେରିକାରେ ଗତ ବର୍ଷ ୨୫୪ଟି ୟୁନିକର୍ନ ଯୋଡ଼ିହୋଇଥିଲା ।
ବଡ଼ କମ୍ପାନୀ ବନାମ ଷ୍ଟାର୍ଟଅପ୍
ନିକଟରେ ଆସିଥିବା ଟେକ୍ନଲୋଜିଷ୍ଟ ସେଣ୍ଟିମେଣ୍ଟ ରିପୋର୍ଟ ୨୦୨୧ ଅନୁସାରେ, ବିଶ୍ୱସ୍ତରରେ ୪୮ ପ୍ରତିଶତ ବୈଷିୟକ ବୃତ୍ତିଗତ ସେମାନଙ୍କ କମ୍ପାନୀ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେପଟେ ମାଇକ୍ରୋସଫଫ ନିଜର ଏକ ସର୍ବେକ୍ଷଣରେ ଦର୍ଶାଇଛି ଯେ ବିଶ୍ୱସ୍ତରରେ ‘ଜେନେରେସନ୍ ଜେଡ୍’ର ୫୪% କର୍ମଚାରୀ ନିଜ କମ୍ପାନୀରେ ଇସ୍ତଫା ଦେବା ପାଇଁ ଚିନ୍ତା କରୁଛନ୍ତି । ବଡ଼ କମ୍ପାନୀରେ ଚାକିରୀ କରିବାର ଧାରା ହ୍ରାସ ପାଇବାରୁ ଷ୍ଟାର୍ଟଅପ୍ ସେକଫରକୁ ନୂଆ ‘ବୁମ୍’ ମିଳୁଛି । ତେବେ କାହିଁକି ବଡ଼ କମ୍ପାନୀରୁ ଲୋକ ଷ୍ଟାର୍ଟଅପ୍ ଆଡ଼କୁ ଅଗ୍ରସର ହେଉଛନ୍ତି, ଏହା ଉପରେ ଷ୍ଟାର୍ଟଅପ୍ କରୁଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ବଡ଼ କମ୍ପାନୀରେ ନିଜର ଅଭିବୃଦ୍ଧି ହେଉନାହିଁ । ଯଦି ବଡ଼ କମ୍ପାନୀରେ ବାର୍ଷିକ ଅଭିବୃଦ୍ଧି ୧୦-୧୨% ହେଉଛି, ଷ୍ଟାର୍ଟଅପ୍ରେ ଏହି ଅଭିବୃଦ୍ଧି ଅତି କମ୍ରେ ୩୦-୪୦% ରହୁଛି । ଏହି କାରଣରୁ ଲୋକମାନେ ଷ୍ଟାର୍ଟଅପ୍ ପ୍ରତି ଆକର୍ଷିତ ହେଉଛନ୍ତି । ଟେକଗିଗ୍ର ସମ୍ପ୍ରତ୍ତି ସର୍ବେକ୍ଷଣ ଅନୁସାରେ, ଭାରତର ଆଇଟି କ୍ଷେତ୍ରରେ ମାସିକ ବେତନ ବୃଦ୍ଧି ୨୦୧୯ରେ ୯.୫% କମ୍ ହୋଇ ୨୦୨୦ ମହାମାରୀ ସମୟ ମଧ୍ୟରେ ୫.୨% ହୋଇଥିଲା । ହେଲେ ଏହା ୨୦୨୧ରେ ବୃଦ୍ଧି ପାଇ ୮.୮% ହୋଇଥିଲା, କିନ୍ତୁ ପୁଣି ଥରେ ତୁଳନାତ୍ମକ ଭାବେ ହ୍ରାସ ଘଟିଥିଲା । ତେଣୁ ବଡ଼ କମ୍ପାନୀ ଛାଡ଼ି ଅଧିଂକାଶ ଲୋକ ଷ୍ଟାର୍ଟଅପ୍ରେ କାମ କରିବାକୁ ଆସୁଛନ୍ତି ।
ଷ୍ଟାର୍ଟଅପ୍ର ଟ୍ରେଣ୍ଡ୍ ବୃଦ୍ଧି ପଛରେ କେବଳ ବେତନବୃଦ୍ଧି ନୁହେଁ, ବରଂ ଅଧିକାଂଶ ମାମଲାରେ କାରଣ ବ୍ୟକ୍ତିଗତ ଅଭିବୃଦ୍ଧିକୁ ଦର୍ଶାଯାଇଛି । ପିଏଚଡି ଚ୍ୟାମ୍ବର ଅଫ୍ କର୍ମସ ଆଣ୍ଡ୍ ଇଣ୍ଡଷ୍ଟ୍ରୀର କହିବା ଅନୁଯାୟୀ, ‘୮୦% ମାମଲାରେ ଦରମାର କୌଣସି ଭୂମିକା ରହୁନାହିଁ । ଷ୍ଟାର୍ଟଅପ୍ ଏକ ଅଣପାରମ୍ପରିକ ପ୍ରକ୍ରିୟା, ଯାହା କର୍ମଚାରୀଙ୍କୁ ଅଧିକ ରୋମାଞ୍ଚକର ଲାଗୁଛି । କିନ୍ତୁ ବଡ଼ କମ୍ପାନୀରେ କର୍ମଚାରୀଙ୍କୁ ଏହି ରୋମାଞ୍ଚକର ମିଳୁନାହିଁ ।’ ଷ୍ଟାର୍ଟଅପ୍ରେ କାମ କରିବାର ଢେରସାରା ଲାଭ ରହିଛି । ଯେପରିକି ଏଥିରେ ସବୁକିଛି ଆପଣଙ୍କ ସାମ୍ନାରେ ରହିଥାଏ । ଏପରିକି କଲେଜରୁ ପାସ୍ ଆଉଟ୍ ହୋଇଥିବା ପିଲା ଷ୍ଟାର୍ଟଅପ୍ରେ କୋଡିଂ, ଅପରେସନ୍, ସେଲ୍ସ ଏବଂ ଟେକ୍ ଟିମ୍ ସହ ବସିଥାଏ । କମ୍ ସମୟ ମଧ୍ୟରେ ହିଁ ପୁରା ବ୍ୟବସାୟର ଧାରଣା ବୁଝିଯାଇଥାଏ । ମୋଟ ଉପରେ ଏଥିରେ ଶିଖିବାକୁ ବହୁତ କିଛି ସୁଯୋଗ ମିଳିଥାଏ । ଅଭିବୃଦ୍ଧି ଏବଂ ଖୋଲା ପ୍ରଦର୍ଶନ ବ୍ୟତୀତ ସମୟ, ପ୍ରୋତ୍ସାହନ ଏବଂ ବନ୍ଧୁତ୍ୱପୂର୍ଣ୍ଣ ନୀତି ଷ୍ଟାର୍ଟଅପ୍ ଆଡ଼କୁ ଆକର୍ଷିତ ହେବାର ଗୋଟିଏ ଗୋଟିଏ କାରଣ । ଆହୁରି ମଧ୍ୟ ଷ୍ଟାର୍ଟଅପ୍ କମ୍ପାନୀ ପ୍ରତି ବଢୁଥିବା ପ୍ରେମର କାରଣ କେବଳ ପ୍ରଲୋଭନକାରୀ ପ୍ରୋତ୍ସାହନ ନୁହେଁ । ବାସ୍ତବ କାରଣ ହେଉଛି, ବଡ଼ କମ୍ପାନୀରେ କାମ କରୁଥିବା ଅନେକ କର୍ମଚାରୀ ଷ୍ଟାର୍ଟଅପ୍କୁ ଏଥିପାଇଁ ଆସନ୍ତି ଯେ ସେମାନେ ଭବିଷ୍ୟରେ ନିଜସ୍ୱ ଷ୍ଟାର୍ଟଅପ୍ ଖୋଲିପାରିବେ ।
ଗୋଟେପଟେ ଯେଉଁଠି ବଡ଼ କମ୍ପାନୀ ନିଜ ଟ୍ୟାଲେଣ୍ଟକୁ ବଜାୟ ରଖିବାରେ ବିଫଳ ହେଉଛନ୍ତି, ଅନ୍ୟପଟେ ଷ୍ଟାର୍ଟଅପ୍ ଟ୍ୟାଲେଣ୍ଟର ଦାବିକୁ ପୁରା କରିବା ପାଇଁ ଆଇଆଇଟି ଏବଂ ଆଇଆଇଏମ୍ ପର୍ଯ୍ୟନ୍ତ ପହଞ୍ଚିସାରିଛନ୍ତି । ସେମାନେ ନିଯୁକ୍ତି ସମୟରେ ମୋଟା ଅଙ୍କର ଦରମା ପ୍ରଦାନ କରିବାର ଗ୍ୟାରେଣ୍ଟି ଦେଉଛନ୍ତି । କେତେକ ରିପୋର୍ଟରୁ ଜଣାପଡ଼ିଛି ଯେ ଷ୍ଟାର୍ଟଅପ୍ କମ୍ପାନୀ କର୍ମଚାରୀଙ୍କୁ ପ୍ରଦାନ କରୁଥିବା ପ୍ରୋତ୍ସାହନ ସେହି କମ୍ପାନୀଗୁଡ଼ିକ ପାଇଁ ପ୍ରାରମ୍ଭିକ ବିନିଯୋଗ ବୋଲି ପ୍ରମାଣିତ କରୁଛି । ଏହାଦ୍ୱାରା ଆଗକୁ ଲାଭ ହାସଲ କରିବାରେ ସାହାଯ୍ୟ କରିବ । ସେହିପରି କିଛି ଯୁବପିଢି ଏଥିପାଇଁ ଏହି କମ୍ପାନୀଗୁଡ଼ିକ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି, କାରଣ ସେମାନଙ୍କର ବିଶ୍ୱାସ ଯେ ବଡ଼ କମ୍ପାନୀ ପ୍ରଥମରୁ ହିଁ ସେୟାର ବଜାରରେ ତାଲିକାଭୁକ୍ତ ରହିଛି । ତେଣୁ ସେଗୁଡ଼ିକ ସହ କାମ କରୁଥିବା କର୍ମଚାରୀଙ୍କୁ କିିଛି ଲାଭ ମିଳିପାରିବ ନାହିିଁ । ଷ୍ଟାର୍ଟଅପ୍ ଏମ୍ପଲଇ ଷ୍ଟକ୍ ଓନରସିପ ୍(ଇଏସଓପି ) ଜରିଆରେ ନିଜ ଅଂଶୀଦାର କର୍ମଚାରୀଙ୍କୁ ଦେଉଛି । ଏପରି କରିବା ଦ୍ୱାରା କର୍ମଚାରୀଙ୍କୁ ଲାଗୁଛି ଯେ ଯେବେ ବି ଷ୍ଟାର୍ଟଅପ୍ ବଢ଼ିବ, ତେବେ ତାଙ୍କୁ ଲାଭ ହେବ । ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଷ୍ଟାର୍ଟଅପ୍ ପକ୍ଷରୁ କର୍ମଚାରୀଙ୍କୁ ଦିଆଯାଇଥିବା ପ୍ରୋତ୍ସାହନ ଏବଂ ସେୟାର ବଜାରରେ ଅନ୍ତର୍ଭୁକ୍ତ ତାଲିକାରେ ଷ୍ଟାର୍ଟଅପ୍ ମାଲିକଙ୍କ ସହ ତାଙ୍କର କର୍ମଚାରୀଙ୍କୁ ସମାନ ଲାଭ ମିଳିଛି । ନିକଟରେ ସେୟାର ବଜାରରେ ଲିଷ୍ଟ ହୋଇଥିବା ଜୋମାଟୋ ନିଜ ଇଏସଓପି ଜରିଆରେ ୧୮ କର୍ମଚାରୀଙ୍କୁ କୋଟିପତି କରାଇଛି । ସେହିପରି ଏହି ଲିଷ୍ଟରେ ପେଟିଏମ୍ ଏବଂ ମୋବିକ୍ୱିକ୍ ମଧ୍ୟ ସାମିଲ ରହିଛି ।
କୋଭିଡ୍ ମହାମାରୀ ସମୟରେ ଦେଶ ଏବଂ ଦୁନିଆରେ ୱାର୍କ ଫ୍ରମ୍ ହୋମ୍ କଲcର ଦ୍ରୁତ ଗତିରେ ବଢ଼ିଛି । ଡିଜିଟାଲ ବିଜନେସ୍କୁ ଏହା ଏକ ଉତ୍ସାହ ପ୍ରଦାନ କଲା ଏବଂ ବର୍ଷ ୨୦୨୧ରେ ଭାରତର ୟୁନିକର୍ନ ଲିଷ୍ଟ ୭୦ରେ ପହଞ୍ଚିଲା । ବିଶେଷଜ୍ଞଙ୍କ ଅନୁଯାୟୀ ଷ୍ଟାର୍ଟଅପ୍ ଅଭିବୃଦ୍ଧିରେ ଡିଜିଟାଲ ପେମେଣ୍ଟ୍ ଇକୋସିଷ୍ଟମ ଏବଂ ଲାର୍ଜର ସ୍ମାର୍ଟଫୋନ ୟୁଜର ବେସ୍ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଲା । ତେଣୁ ଆଗାମୀ ସମୟରେ ଛୋଟ ସହରର ଇଣ୍ଟରନେଟ୍ ୟୁଜର୍ସଙ୍କ ସଂଖ୍ୟା ବଢ଼ିବା ସହ ଡିଜିଟାଲ ବିଜନେସର ବୃଦ୍ଧି ହେବ । ଉଦ୍ୟୋଗ ପୁଞ୍ଜି ବିନିଯୋଗକାରୀଙ୍କ ଅନୁମାନ ମୁତାବକ ୨୦୨୫ ପର୍ଯ୍ୟନ୍ତ ଭାରତରେ ୧୫୦ ୟୁନିକର୍ନ ହେବ ।
ୟୁନିକର୍ନ
ୟୁନିକର୍ନର ଅର୍ଥ, ଏପରି ଷ୍ଟାର୍ଟଅପ୍ ଯାହାର ମୂଲ୍ୟାଙ୍କନ ଏକ ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିବ । ଉଦ୍ୟୋଗ ପୁଞ୍ଜି ଶିଳ୍ପରେ ଏହି ଶବ୍ଦ ବ୍ୟବହାର କରାଯାଇଥାଏ । ଏହାର ବ୍ୟବହାର ପ୍ରଥମ ଥର କାଓବୟ ଭେଞ୍ଚର୍ସର ପ୍ରତିଷ୍ଠାତା ଏଲିନ୍ ଲି କରିଥିଲେ । ସେହିପରି ୧୦ ଅରବ ଡଲାରର ମୁଲ୍ୟାଙ୍କନରୁ ଅଧିକ ହୋଇଥିବା ଷ୍ଟାର୍ଟଅପ୍କୁ ‘ଡେକାକର୍ନ’ ଏବଂ ୧୦୦ ଅରବ ଡଲାରର ଷ୍ଟାର୍ଟଅପ୍କୁ ‘ହେକେଫାକର୍ନ’ କୁହାଯାଏ ।
More Stories
ସଫଳତା ରାତାରାତି ଆସେନି, ଏଥିପାଇଁ ଦରକାର ହାଡଭଙ୍ଗା ପରିଶ୍ରମ
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..