ଡିଜେ ଆଜେକ୍ସଙ୍କ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଅକ୍ଷୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । କେବଳ ସେତିକି ନୁହେଁ ଆଜେକ୍ସଙ୍କ ବେକରେ ଦଉଡିର ଦାଗ ମଧ୍ୟ ରହିଛି । ପୋଲିସକୁ ସିଡିଆର ରିପୋର୍ଟ ହସ୍ତଗତ କରାଯାଇଛି । ସେପଟେ, ଆଜି ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବା ନେଇ ସୂଚନା ରହିଛି । ଘଟଣାରେ ମୃତକଙ୍କ ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି ପୋଲିସ । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ