The Topmost

“The eyes believe themselves, the ears believe other people.”

ଶ୍ଵେତପତ୍ର ଜାରି କଲେ ରାଜ୍ୟ ସରକାର

ଗୃହ ବିଭଗର ଖର୍ଚ୍ଚ ଦାବି ଆଲୋଚନା ପୂର୍ବରୁ ଶ୍ଵେତପତ୍ର ଜାରି କଲେ ରାଜ୍ୟ ସରକାର । ରାଜ୍ୟରେ ୨୦୨୧ରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବାବେଳେ ରାଜ୍ୟ ବିଭନ୍ନ ପ୍ରକାର ସାମ୍ପ୍ରଦାୟିକ ବିଦ୍ୱେଷରୁ ମୁକ୍ତ ରହିଛି । ପୋଲିସ ପକ୍ଷରୁ ୨୩ ଥର ଗୁଳି ଚାଳନା କରାଯାଇଥିଲା । ତେବେ ବିଭିନ୍ନ ରାଜନୈତିକ ଦଳ ଓ ସମୁଖ୍ୟ ସଙ୍ଗଠନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ୧୬୪ ଥର ରାସ୍ତାରୋକ, ୧୮ ଥର ରେଳରୋକ, ୯୩୪ ଥର ଧାରଣା, ୫୧୯ ଥର ରାଲି, ୧୧ଶହ ୫୨ ଥର ବିକ୍ଷୋଭ, ୪୪ ଥର ଅନଶନ, ୬୬ ଥର ବନ୍ଦ ଓ ୧୦୭ଥର ଘେରାଉ କରିଥିଲେ । ମାଓବାଦୀ ମାନଙ୍କ ସହିତ ସଂଗଠିତ ୨୧ଟି ଗୁଳି ବିନିମୟ ସମେତ ୨୮ ଟି ଘଟଣା ଘଟିଥିଲା । ଯେଉଁଥିରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଏଥିସହ ଜଣେ ସୁରକ୍ଷା କର୍ମୀ ସହିହ ହୋଇଥିଲେ । ପୃଥକ ପୃଥକ ସ୍ଥାନରେ ଗୁଳି ବିନିମୟ ଘଟଣାରେ ୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୩୬ ମାଓବାଦୀ ଗିରଫ ହୋଇଛନ୍ତି, ୨୧ ଜଣ ଆତ୍ମସମର୍ପଣ କରିଛନ୍ତି ।୨୦୨୧ ମସିହାରେ ରାଜ୍ୟରେ ୧ଲକ୍ଷ ୫୫ହଜାର ୪୦୨ଟି ଧର୍ତ୍ତବ୍ୟ ଅପରାଧ ଘଟିଥିଲା । ସେଥିମଧ୍ୟରୁ ୧୩ଶହ ୯୪ ଟି ହତ୍ୟା, ୫୫୨ ଟି ଡକାୟତି, ୨୮ଶହ୨୬ ଲୁଣ୍ଠନ, ୫ହଜାର ୧୩୩ ସିନ୍ଧି ଚୋରି, ୧୩ହଜାର ୨୪ ଟି ଚୋରି, ୫ହଜାର ୧୩୮ ଟି ପ୍ରତାରଣା, ୨ହଜାର ୨୨୦ ଟି ଦଙ୍ଗା, ୩ହଜାର ୩୨୭ଟି ଧର୍ଷଣ, ୧୦ହଜାର ୯୮୩ ଟି ମୋଟର ଯାନ ଦୁର୍ଘଟଣା ଘଟିଥିଲା ।