ପ୍ରସିଦ୍ଧ ପ୍ରଭୁ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ରାତିରେ ଅଖଣ୍ଡ ଦୀପ ଜାଳିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ସେହି ମୁହୂର୍ତ୍ତକୁ ଚାହିଁରହିଛନ୍ତି । ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ପାଇଁ ପଙ୍କୋଦ୍ଧାର ଏକାଦଶୀଠାରୁ ନେଇ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ସ୍ଥିରହୋଇଛି । ଆସନ୍ତା ୧୬ ତାରିଖ ଗୁରୁବାର ପଙ୍କୋଦ୍ଧାର ଏକାଦଶୀରେ ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦର୍ଶନର ସୁବିଧା ମିଳିବ। ବର୍ଷକରେ ଏଇ ଗୋଟିଏ ଦିନ ପ୍ରଭୁ ଶ୍ରୀଲୋକନାଥଙ୍କ ଦର୍ଶନ ମିଳୁଥିବାରୁ ଏକାଦଶୀରେ ମଧ୍ୟ ଜାଗରପଦା ଲୋକାରଣ୍ୟ ହେବ। ସେହିପରି ଆସନ୍ତା ୧୮ ତାରିଖ ଶନିବାର ଜାଗରଦିନ ରାତି ସାଢ଼େ ୧୨ଟାରେ ଦ୍ବାର ଖୋଲିବା ପରେ ଭୋର୍ ୪ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାତି ୨ଟାରୁ ୩ଟା ବଡ଼ସିଂହାର ବେଶ ସହ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି।ଜାଗର ଦିନ ଶ୍ରୀଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ସମ୍ପାଦନ କରି ରାତି ସାଢ଼େ ୧୧ଟାରେ ଶ୍ରୀଲୋକନାଥ ମନ୍ଦିରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିରହୋଇଛି।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ