ବାଂଲାଦେଶରେ ତୈଳ ସଙ୍କଟ । ଗୋଟିଏ ଥରରେ ପେଟ୍ରୋଲ ଦର ୫୧.୭ ପ୍ରତିଶତ ବୃଦ୍ଧି କଲେ ସରକାର । ଏଠାରେ ସରକାରୀ ରାଜକୋଷ ଦିନକୁ ଦିନ ସରି ଆସୁଥିବା ବେଳେ ବୈଦେଶିକ ଋଣଭାର ବଢିବାରେ ଲାଗିଛି । ଯାହାକୁ ନେଇ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ପେଟ୍ରୋଲ ନୁହେଁ, ଡିଜେଲର ଦାମ ମଦ୍ୟ ୪୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏଭଳି ମୂଲ୍ୟ ବୃଦ୍ଧି ପରେ ବାଂଲାଦେଶରେ ପେଟ୍ରୋଲ ଲିଟର ପିଛା ୧୩୦ ଟାକା ଓ ଡିଜେଲର ଦାମ ୧୧୪ ଟାକାକୁ ବୃଦ୍ଧି ପାଇଛି । ଏହାପରେ ଦେଶରେ ପତ୍ୟେକ ସାମଗ୍ରୀର ମୂଲ୍ୟବୃଦ୍ଧି ଆରମ୍ଭ ହୋଇଯାଇଛି । କୁହାଯାଉଛି ଯେ ଇନ୍ଧନର ମୂଲ୍ୟ ବୃଦ୍ଧି ଫଳରେ ବାଂଲାଦେଶର ସରକାରଙ୍କ ଉପରେ ରିହାତି ବୋଝ କମିବ ବୋଲି ଆଶା କରାଯାଉଛି । ସେପଟେ ମହଙ୍ଗାମାଡରୁ ମୁକ୍ତି ପାଇବାକୁ ବାଂଲାଦେଶ ସରକାର ଆଇଏମଏଫ ସମେତ ଅନେକ ଅର୍ନ୍ତରାଷ୍ଟ୍ରୀୟ ସଂସ୍ଥାଙ୍କ ଠାରୁ ଋଣ ନେଇଛନ୍ତି । ଅନ୍ୟପଟେ ସାରା ବିଶ୍ୱରେ ଦରବୃଦ୍ଧି ଫଳରେ ବାଂଲାଦେଶର ଆମଦାନୀ ଦେୟ ମଧ୍ୟ ବଢିଛି । ଏହି କାରଣରୁ ଏବେ ଦେଶର ଅର୍ଥବ୍ୟବସ୍ଥା ଚାପରେ ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍