ଶ୍ରୀଲଙ୍କାକୁ ଏକ ଡୋର୍ନିଅର ବିମାନ ପ୍ରଦାନ କରିଛି ଭାରତ । ଏହା ଦ୍ୱାରା ଭାରତ ମହାସାଗରରେ ଶ୍ରୀଲଙ୍କା ନୌସେନା ପର୍ଯ୍ୟବେକ୍ଷଣ କ୍ଷମତା ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାକୁ ଏହି ବିମାନ ପ୍ରଦାନ କରାଯାଇଥିବା ଭାରତ ପକ୍ଷରୁ କୁହାଯାଇଛି । କଲମ୍ବୋ ଏୟାରପୋର୍ଟ ନିକଟସ୍ଥ କାଟୁନାୟକେ ଠାରେ ଥିବା ଶ୍ରୀଲଙ୍କା ବାୟୁସେନା ଘାଟିଠାରେ ଅନୁଷ୍ଠିତ ଏକ ସମାରୋହରେ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଏସଏନ ଘୋରମେଡ୍ ଶ୍ରୀଲଙ୍କା ନୌସେନାକୁ ଏହି ବିମାନ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୋପାଲ ବାଗଲେ ଉପସ୍ଥିତ ଥିଲେ । ଭାରତର ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ଅବସରରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଏହି ଉପହାର ପ୍ରଦାନ କରାଯାଇଛି । ଏହା ଦ୍ୱାରା ଦୁଇ ଦେଶମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବା ଆଶା କରାଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ