ଶ୍ରୀମନ୍ଦିର ମରାମତି ଅନୁଧ୍ୟାନ କଲେ ଆମିକସ କ୍ୟୁରି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ମରାମତିର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ, ଜଗମୋହନ, ରୋଷଘର ବୁଲି ସ୍ଥିତି ପରଖିଛନ୍ତି । କେତେ କାମ ସରିଛି, ଓ କେତେ ବାକି ଅଛି ସେ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ୬ ବର୍ଷ ପରେ ବି ନାଟମଣ୍ଡପ ମରାମତି ଆରମ୍ଭ ହେଉନଥିବାର ବିରକ୍ତି ପ୍ରକାଶ କରିଛନ୍ତି ଆମିକଶ କ୍ୟୁରି । ଏହାସହ ମାର୍ଚ୍ଚ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୭ ତାରିଖରେ ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ସମ୍ପର୍କରେ ଆଲୋଚନା ପରେ ଏହା ଉପରେ ନିଷ୍ପତି ନିଆଯିବ ବୋଲି ଆମିକୁସ କ୍ୟୁରି କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା