ଆଜି ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମ୍ପର୍କିତ ପ୍ରସ୍ତାବକୁ ଲାଗିବ ମୋହର । ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ଏହା ପୂର୍ବରୁ ତ୍ରିଦିନାତ୍ମକ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜା । ଏହି ସମୟରେ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ପଠନ କରାଯିବ । ଜାନୁଆରୀ ୧୨ ତାରିଖରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ । ୧୫ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ସକାଳ ୭ଟା ୩୦ରୁ ଦୀପ ପ୍ରଜ୍ବଳନ କରାଯାଇ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ଏହି ଅବସରରେ ସମସ୍ତ ମଠର ମଠାଧୀଶ, ବରିଷ୍ଠ ବ୍ୟକ୍ତିବିଶେଷ, ସେବାୟତ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପୁରୋହିତ, ମୁକ୍ତିମଣ୍ଡପ ବ୍ରାହ୍ମଣ ଉପସ୍ଥିତ ରହିବେ । ନୃସିଂହ ମନ୍ତ୍ରରେ ସମସ୍ତ ପୂଜାବିଧି କରାଯିବ । ପୂର୍ଣ୍ଣାହୂତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ସବକମିଟି ବୈଠକରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି