ଆଜି ହେଉଛି କାର୍ତ୍ତିକ ମାସ ପଞ୍ଚକ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଚିତାକର୍ଷକ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ । ଏହି ବେଶରେ ମହାପ୍ରଭୁଙ୍କ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସୁସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ନୀତି ସରିବା ପରେ ସିଂହାରୀ ସେବକମାନେ ମହାପ୍ରଭୁଙ୍କୁ ଏହି ବେଶରେ ଶୃଙ୍ଗାର କରିଥାନ୍ତି । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭୋରରୁ ଦ୍ୱାର ଫିଟିବା ପରେ ନୀତି ଆଗକୁ ଆଗକୁ ବଢ଼ି ଚାଲିଛି । ଲକ୍ଷ୍ମୀ ନୃସିଂହ ବେଶରେ ମଧ୍ୟ ମହାପ୍ରଭୁ ମହଣ ମହଣ ସୁବର୍ଣ୍ଣ ଆଭୁଷଣ ପରିଧାନ କରିଥାନ୍ତି ।
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା