ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ଦେବ ଦୀପାବଳି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । ଆଜି ବଡଦାଣ୍ଡରେ ହେବ ସମୂହ ଦୀପଦାନ । ଓଡିଶା ଇଂଟରନ୍ୟାସନାଲ ସେଂଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ । ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ । ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହେବ କାର୍ଯ୍ୟକ୍ରମ । ଏନେଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପତ ପ୍ରସ୍ତୁତି କରାଯାଇଛି । ଏଥିସହ ଶ୍ରୀମନ୍ଦିରରେ ବି ଦୀପ ପ୍ରଜ୍ୱଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀରେ ପାଳିତ ହେଉଛି ଦେବ ଦୀପାବଳି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ