The Topmost

“The eyes believe themselves, the ears believe other people.”

ଶ୍ରମିକ ଏବଂ ଗରିବଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଗରିବ ଲୋକଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଖୁସି ଖବର । ରେଳ ଯାତ୍ରାରେ ସୁବିଧା ଯୋଗାଇ ଦେବାକୁ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ଏଣିକି ଶସ୍ତାରେ ଯାତ୍ରା କରିପାରିବେ ଯାତ୍ରୀ । ଶ୍ରମିକ ଏବଂ ଗରିବ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ଭାରତୀୟ ରେଳବାଇ ପକ୍ଷରୁ ଖୁବଶୀଘ୍ର ଟ୍ରାକକୁ ଓହ୍ଲାଇବ ‘ଜନତା ଏକ୍ସପ୍ରେସ୍’ । ଏହି ଟ୍ରେନରେ ଅତି ସସ୍ତାରେ ଯାତ୍ରା କରିପାରିବେ ଲୋକେ । ‘ଜନତା ଏକ୍ସପ୍ରେସ୍’ କେବଳ ଶ୍ରମିକଙ୍କ ପାଇଁ ହିଁ ଚାଲିବ । ଏହି ଟ୍ରେନର ଚଳାଚଳ ସେହି ରୁଟରେ ହେବ ଯେଉଁ ରୁଟରେ ଶ୍ରମିକମାନେ ଯାତାୟତ କରିଥାନ୍ତି । ଏହି ଟ୍ରେନରେ ୨୨ରୁ ୨୬ଟି କୋଚ୍ ରହିବ । ତେବେ ୨୦୨୪ରୁ ଏହି ରେଳ ସେବା ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରେନରେ କେବଳ ସ୍ଲିପର ଏବଂ ଜେନେରାଲ କୋଚ୍ ହିଁ ରହିବ । କୁହାଯାଉଛି ସାଧାରଣ ଟ୍ରେନଠାରୁ ଏହି ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ଖୁବ୍ କମ ଭଡା ଦେବାକୁ ପଡିବ । ରେଳବାଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଉତ୍ତରପ୍ରଦେଶ, ବିହାର୍, ଝାଡଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ପଞ୍ଜାବ୍, ଆସାମ୍, ଗୁଜୁରାଟ୍ ଓ ଦିଲ୍ଲୀ ଭଳି ରାଜ୍ୟରେ ଏହି ସେବା ଯୋଗାଇ ଦିଆଯିବ ।