ଦିଲ୍ଲୀରେ ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଏକ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ତରଫରୁ ଏକ ଢାବାରେ ଚଢାଉ କରାଯାଇ ସେଠିକାର ଫ୍ରିଜ ଭିତରୁ ଜଣେ ବାଳିକାର ଶବ ଜବତ କରିଛି । ଏହାସହ ହତ୍ୟାରେ ସଂପୃକ୍ତ ଥିବା ଯୁବକକୁ ଗିରଫ କରିଛି । ଏଭଳି ଘଟଣା ବାବା ହରିଦାସ ନଗର ଥାନା ଅଞ୍ଚଳରେ ଘଟିଛି । ପୋଲିସର ସୂଚନା ମୁତାବକ ଅଭିଯୁକ୍ତର ପରିଚୟ ଗେହଲଟ ବୋଲି କୁହାଯାଇଛି । ଗେହଲଟକୁ ଥାନାକୁ ନେଇ ପୋଲିସ ପଚରା ଉଚରା କରୁଛି । ପୋଲିସର ସୂଚନା ମୁତାବକ ଅଭିଯୁକ୍ତ ଗେହଲଟ ବାଳିକାଟିକୁ ହତ୍ୟା କରିବା ପରେ ତାର ଶବକୁ ଢାବାର ଏକ ଫ୍ରିଜ ମଧ୍ୟରେ ଲୁଚାଇ ରଖିଥିଲା । ଏହାସହ ବାଳିକାଟିକୁ ଗେହଲଟ କାଶ୍ମୀରଗେଟ ଆଇଏସବିଟି ନିକଟରେ କାର ଭିତରେ ଗଳାଚିପି ହତ୍ୟା କରିଥିଲା । ଏହାପରେ ନିକଟରେ ଥିବା ତାର ଢାବାର ଫ୍ରିଜ ଭିତରେ ଶବକୁ ଲୁଚାଇ ରଖିଥିଲା । ଅଭିଯୁକ୍ତର ବୟସ ୨୬ ବର୍ଷ ବୋଲି ପୋଲିସ କହିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ