ନବ କିଶୋର ଦାସ ହତ୍ୟା ମାମଲାର ତଥ୍ୟ ପ୍ରମାଣ ହାସଲ ପାଇଁ ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ । ୪ ଦିନିଆ ରିମାଣ୍ଡରେ ନେଇ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଚାଲିଛି ଘନଘନ ଜେରା । ରିମାଣ୍ଡର ଆଜି ହେଉଛି ଶେଷଦିନ । ଅନ୍ତିମ ଦିନରେ ତଦନ୍ତକୁ ଆହୁରି ଜୋରଦାର କରିବ ତଦନ୍ତକାରୀ ଟିମ୍ । ପୁଣି ଥରେ ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ଆଙ୍କୁଲି ସ୍ଥିତ ଘରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା କରିଛି ଟିମ୍ । ଅନ୍ୟପଟେ ଝାରସୁଗୁଡାରେ ପହଞ୍ଚିଛନ୍ତି CFSLର ୬ ଜଣିଆ ଟିମ୍ । ରିମାଣ୍ଡର ତୃତୀୟ ଦିନରେ ଗୋପାଳ ରହୁଥିବା କ୍ବାର୍ଟର୍ସ ସହିତ ଗାନ୍ଧିଛକ ଫାଣ୍ଡିକୁ ଗୋପାଳକୁ ନେଇ ପ୍ରମାଣ ଖୋଜିଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଗୋପାଳର ଡାଏରୀ ସହିତ କିଛି ହାତଲେଖା ଚିଠି ଜବତ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତର କ୍ୱାର୍ଟର୍ସରୁ ଜବତ ଦଲିଲକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରୁଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା