The Topmost

“The eyes believe themselves, the ears believe other people.”

ଶେଷରେ ସଫଳ ହେଲା କ୍ଷମାଙ୍କ ଆତ୍ମ ବିବାହ

() ଅନେକ ବାଦ ବିବାଦ ପରେ ଶେଷରେ ସଫଳ ହେଲା କ୍ଷମାଙ୍କ ଆତ୍ମ ବିବାହ । ହେଲେ ଏହି ବିବାହରେ ନା ଥିଲେ ବର ନା ଥିଲେ କୌଣସି ପଣ୍ଡିତ । ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ ଆତ୍ମ ବିବାହ କରିଛନ୍ତି । କେବଳ ସେତିକି ନୁହେଁ ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ମଧ୍ୟ ପାଳନ ହୋଇଥିଲା । ତେବେ ସେ ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଥିବାବେଳେ ଏଥିରେ କ୍ଷମାଙ୍କ କିଛି ସାଙ୍ଗ ସାମିଲ ହୋଇଥିଲେ । ପୂର୍ବରୁ ସେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ । କିନ୍ତୁ କୌଣସି ବିବାଦ ହେବାର ଆଶଙ୍କା ନେଇ ୩ ଦିନ ପୂର୍ବରୁ ସେ ବିବାହ କରିଛନ୍ତି । କ୍ଷମାଙ୍କ କହିବା କଥା ସେ ତାଙ୍କର ସ୍ୱତନ୍ତ୍ର ଦିନକୁ ବର୍ବାଦ କରିବାକୁ ଚାହାନ୍ତି ନାହିଁ । ତେଣୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ଅର୍ଥାତ୍ ବୁଧବାର ବିବାହ କରିନେଇଛନ୍ତି ।

https://thetopmost.in/an-artificial-eye-can-see-everything-for-a-blind-person/

https://thetopmost.in/tag/marjory-stoneman-douglas-high-school-shooting-in-parkland/