The Topmost

“The eyes believe themselves, the ears believe other people.”

‘ଶୂନ-କୋଭିଡ’ ନୀତି ହଟାଇଲା ଚୀନ୍

‘ଶୂନ-କୋଭିଡ’ ନୀତି ହଟାଇ ଦେଇଛି ଚୀନ୍ । ବିଦେଶୀ ଯାତ୍ରୀମାନେ ଏବେ ବିନା କୌଣସି କରୋନା ପରୀକ୍ଷାରେ ଚୀନ ଗସ୍ତରେ ଆସିପାରିବେ । ସେହପରି ଚୀନରେ ଭ୍ରମଣ କରିବା ଏବଂ ବାଣିଜ୍ୟ ପାଇଁ ବିମାନ ବନ୍ଦରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଖୋଲିଦିଆଯାଇଛି । ବେଜିଂ ଓ ହଂକଂ ବିମାନ ବନ୍ଦରକୁ ଯାତ୍ରୀଙ୍କ ବୁକିଂ ବଢୁଥିବା ଦେଖିବାକୁ ମିଳିଛି । ଚୀନ୍ ପରିବହନ ମନ୍ତ୍ରଣାଳୟ ଆକଳନ କରିଛି ଯେ ଆସନ୍ତା ୪୦ ଦିନ ମଧ୍ୟରେ ଅତି କମରେ ଦୁଇ ବିଲିୟନ ଲୋକ ଚୀନ ଗସ୍ତରେ ଆସିବେ । ଗୋଟିଏ ପଟେ ସାରା ବିଶ୍ୱରେ ଧୀରେ ଧୀରେ କରୋନା ସଂକ୍ରମଣ ବଢୁଛି । ଆଗାମୀ ଦିନରେ ଭାରତରେ ଚତୁର୍ଥ ଲହର ଆସିବ ବୋଲି ସମ୍ଭାବନା ରହିଛି । ଏପରି ସ୍ଥିତିରେ ଚୀନ୍ ବିଭିନ୍ନ ନିୟମ ହଟାଇଛି । ତେଣୁ ଏବେ ବିଭିନ୍ନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି ।