ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ ସୂଚରାରୂପେ ଗୃହକାର୍ଯ୍ୟ କରିବାକୁ ଅପିଲ କରିଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୩ଦଳର ୩୦ ସାଂସଦ ଯୋଗ ଦେଇଥିଲେ । ଡିସେମ୍ବର ୪ରୁ ୨୨ ତରେିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଶୀତକାଳୀନ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଚର୍ଚ୍ଚା କରାଯିବ । ସେପଟେ ବିଏସପି ଜାତିଗତ ଜନଗଣନା ଦାବି କରି ଏହା ଉପରେ ଚର୍ଚ୍ଚା କରିବାକୁ କହିଛି ବିଏସପି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ