ଶିଶୁ ଟିକାକରଣ ସମ୍ପର୍କରେ ୟୁନିସେଫ ରିପୋର୍ଟ । ଓଡିଶାରେ ଟିକାକରଣ ହାର ଦେଶରେ ସର୍ବୋଚ୍ଚ । ସାରା ବିଶ୍ୱରେ ଭାରତ ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ । ଯୁନିସେଫ ଇଣ୍ଡିଆ ପକ୍ଷରୁ ଦ ଷ୍ଟେଟ ଅଫ୍ ଦି ଓ୍ୱାର୍ଲଡ ଚିଲଡ୍ରେନ ୨୦୨୩, ଫର ଏଭ୍ରି ଚାଇଲ୍ଡ ଭ୍ୟାକସିନେସନ ନାମକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ପିଲାମାନଙ୍କ ପାଇଁ ଟିକାକରଣର ମହତ୍ୱ ବିଷୟରେ ଅଧ୍ୟୟନ କରିଥିବା ବିଶ୍ୱର ୫୫ ଦେଶ ମଧ୍ୟରୁ କେବଳ ଚୀନ , ଭାରତ. ମେସ୍କିକୋରେ ଏହା ଉପରେ ଲୋକଙ୍କ ଧାରଣା ଅଧିକ ଲୋକପ୍ରିୟ ଏବଂ ଉନ୍ନତ ହୋଇଛି । ଭାରତ ଟିକାଦାନ କ୍ଷେତ୍ରରେ ସବୁଠାରୁ ଭରସାଯୋଗ୍ୟ ରାଷ୍ଟ୍ରର ମାନ୍ୟତା ପାଇଛି । ଏହା ବ୍ୟତୀତ ଆମ ରାଜ୍ୟ ଓଡିଶାରେ ଏହି ଟିକାକରଣ କଭରେଜ ୯୦ ଦଶମିକ ୫ ପ୍ରତିଶତ ରହିଛି ଯାହାକି ଜାତୀୟହାର ୭୬ ଦଶମିକ ୪ ପ୍ରିତଶତ ଠାରୁ ଯଥେଷ୍ଟ ଅଧିକ ଅଟେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍