ଶିମିଳିପାଳ ମୁଖ୍ୟ ଫାଟକରେ ଜଗିଲେ ପୋଲିସ । ରାତି ସମୟରେ ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ଓ ପୋଲିସ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ଶିମିଳିପାଳରେ ଦିନ ରାତି ପେଟ୍ରୋଲିଂ କରିବା ପାଇଁ ବନ କର୍ମଚାରୀଙ୍କ ସହ ପୋଲିସ କର୍ମଚାରୀଙ୍କୁ ବିିଭିନ୍ନ ସ୍ଥାନରେ ରଖାଯାଇଛି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜରେ ୩୦ ଜଣ ପୋଲିସ କର୍ମଚାରୀ ପେଟ୍ରୋଲିଂ କରିବେ । ଆଗକୁ ଆଉ ୩ ପ୍ଲାଟୁନ୍ ପୋଲିସ ମୁତୟନ ହେବେ । ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ୨ ଜଣ ବନ କର୍ମଚାରୀ ପ୍ରାଣ ହରାଇବା ପରେ ନିଜର ସୁରକ୍ଷା ଦାବି କରି ଗତ ୨୩ ତାରିଖରୁ ୨୪୧ ଜଣ ବନ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି । ସେହିପରି ଚଳିତ ମାସ ପହିଲାରୁ ୬ ଶହ ଅସ୍ଥାୟୀ କର୍ମଚାରୀ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା