ଫେସବୁକ ଲାଇଭ ସମୟରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା । ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଫେସବୁକରେ ଲାଇଭ ଚାଲିଥିବା ବେଳେ ଅଭିଯୁକ୍ତ ଆସି ଉଦ୍ଧବ ଗୋଷ୍ଠୀ ଶିବସେନାର ପୂର୍ବତନ କାଉନସିଲର ଅଭିଷେକ କୋସାଲକରଙ୍କୁ ଗୁଳି ମାଡ କରିଥିଲେ । ଏହାପରେ ନିଜକୁ ଗୁଳି କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅଭିଷେକ କୋସାଲକର ଗୁଳିମାଡ ପରେ କାନ୍ଧ ଓ ପେଟକୁ ଧରି ତଳେ ପଡିଯାଉଥିବା ଦୃଶ୍ୟ । ତୁରନ୍ତ ଶିବସେନା ନେତା ଅଭିଷେକ କୋସାଲକରଙ୍କୁ ନିକଟସ୍ଥ କରୁଣ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ସହ ଅଭିଷେକ ଫେସବୁକ ଲାଇଭ କରୁଥିଲେ ସେହି ବ୍ୟକ୍ତି ହିଁ ତାଙ୍କୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ମୋରିସ ନୋରିହ୍ନା ବୋଲି ପୋଲିସ ଚିହ୍ନଟ କରିଛି । ତେବେ ପୂର୍ବ ଶତ୍ରୁତାରୁ ମୋରିସ ନୋରିହ୍ନା ଅଭଷେକଙ୍କୁ ଗୁଳି କରିଥିବା ଅନୁମାନ କରାଯାଉଛି । ସେପଟେ ଏନେଇ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ