ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏବେ ସରକାରୀ ସ୍କୁଲରେ ଶିକ୍ଷକତା କରିବାକୁ ହେଲେ ବିଇଡି କୋର୍ସ ମାନ୍ୟ ହେବନାର୍ହି । ଏବେ ବିଇଡି କୋର୍ସ ସ୍ଥାନରେ ପ୍ରସ୍ତୁତ ହୋଇସାରିଛି ଆଇଟିଇପି ପୋଗ୍ରାମ । ଏହି ପ୍ରୋଗ୍ରାମକୁ ଏନସିଇଟି ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟିଚର ଏଜୁକେଶନ । ଆଇଟିଇପି ବା ଟିଚର୍ସ ବା ଇଣ୍ଟିଗ୍ରେଟେଡ ଟିଚର୍ସ ଏଜୁକେଶନ ପ୍ରୋଗ୍ରାମ ନାମରେ ନାମିତ କରାଯାଇଛି । ୪ବର୍ଷିୟା ଗ୍ରାଜୁଏସନ କୋର୍ସ ପରେ ୨୦୩୦ ଠାରୁ ଏହି କୋର୍ସ ମାଧ୍ୟରେ ଶିକ୍ଷକ ଚୟନ କରାଯିବ । ଏହି କୋର୍ସ ଆପଣଙ୍କ ଯୋଗ୍ୟତା ସହ ସାମିଲ କରାଯିବ । କହିରଖୁ କି, ଆଗକୁ ମଧ୍ୟ ବିଇଡି କୋର୍ସ ଜାରି ରହିବ । ହେଲେ ଏହା କେବଳ ଏକାଡେମିକ ହେବ । ଏହାପରେ ଆପଣ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି ମଧ୍ୟ କରିପାରିବେ । ଆଗାମୀ ବର୍ଷ ଠାରୁ ଅଧିକତର ବିଇଡି କଲେଜରେ ଆଇଟିଇପି କୋର୍ସ ବିକଳ୍ପ ସ୍ଥାନ ପାଇପାରେ । କହିରଖୁ କି ଧିରେ ଧିରେ ପ୍ରାଥମିକ ଶକ୍ଷା ଠାରୁ ନେଇ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷାନୀତି ଲାଗୁ ହେବାକୁ ଯାଉଛି । ଏହି କ୍ରମରେ ୨୦୩୦ ଠାରୁ ୪ ବର୍ଷିୟ ବିଏଡ ବା ୪ ବର୍ଷିୟ ଏକୀକୃତ ଅଧ୍ୟାପକ ଶିକ୍ଷା କାର୍ଯ୍ୟକ୍ରମ ଆଇଟିଇପି ଡିଗ୍ରୀ ଅର୍ନିବାର୍ଯ୍ୟ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ