ଶିମିଳିପାଳ ଅଭୟାରଣ୍ୟରେ ବନ ଅଧିକାରୀଙ୍କ ମୃତ୍ୟୁ ଘଟଣା । ମାମଲାରେ ୧୦ ଜଣ ଅଟକ ଥିବାବେଳେ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଅଟକ ଥିବା ୧୦ ଜଣଙ୍କୁ ଠାକୁରମୁଣ୍ଡା ଥାନାରେ ପଚରାଉଚରା କରାଯାଇଛି । ଏହା ସହ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ସୂଚନା ରହିଛି । ଫରେଷ୍ଟର ମାଟି ହାଁସଦା ପାଟ୍ରୋଲିଂ କରିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି । ଘଟଣାର କାରଣ ଜାଣିବା ପାଇଁ ପୋଲିସ ଓ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଶିମିଳିପାଳକୁ ସୁରକ୍ଷା ଦେବାକୁ ଯାଇ ମାସକ ମଧ୍ୟରେ ଦୁଇ ବନ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା