ଏସିଆନ ଗେମ୍ସରେ ଭାରତ ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ଦୁଇ ଷ୍ଟାର ବ୍ୟାଡମିଣ୍ଟନ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ସମ୍ମାନ । ସେହିପରି କ୍ରିକେଟର ମହମ୍ମଦ ଶାମିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏପରି ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ଆଜି ୨୦୨୩ ଜାତୀୟ ପୁରସ୍କାର କେଉଁମାନେ ପାଇବେ ତା’ର ତାଲିକା ସାର୍ବଜନୀନ କରିଛି। ବ୍ୟାଡମିଣ୍ଟନ ପ୍ରତି ଚିରାଗ ଓ ସାତ୍ତ୍ୱିକ ବଳିଷ୍ଠ ଅବଦାନ ପାଇଁ ଉଭୟଙ୍କୁ ଖେଳ ରତ୍ନ ପୁରସ୍କାର ମିଳିବ। ଚଳିତ ବର୍ଷ ସାତ୍ତ୍ୱିକ ଓ ଚିରାଗ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ୬ ଥର ଫାଇନାଲ ଖେଳିଛନ୍ତି। ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ୱିସ୍ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ସାତ୍ତ୍ୱିକ ଓ ଚିରାଗ ଜିତି ସାରିଛନ୍ତି।
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ