ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଥମୁନି ହିଂସା । ସଶସ୍ତ୍ର ପୋଲିସ ମୁତୟନ ସତ୍ତ୍ବେ ଜାରି ରହିଛି ହିଂସା ଓ ପୋଡ଼ାଜଳା । ସେପଟେ ଆଜି ମଣିପୁରରେ ଶାନ୍ତି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଏକ ଟିମ୍। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ସେ କହିଛନ୍ତି- ମଣିପୁରରେ କିଛି ଦିନ ଧରି ହିଂସା ଜାରି ରହିଛି । ରାଜ୍ୟରେ 355 ଧାରା ବଳବତ୍ତର ରହିଛି। ଏହା ସତ୍ତ୍ବେ ହିଂସା ଥମିବାର ନାଁ ନେଉନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ଗତକାଲି ହିଂସାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ମଣିପୁରର ବିଭିନ୍ନ ସ୍ଥାନରେ ଉଗ୍ରବାଦୀମାନେ ସାଧାରଣ ଲୋକଙ୍କ ଉପରେ ଗୁଳି ଚାଳନା କରିବା ଯୋଗୁ ସ୍ଥିତି ପୁଣିଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍