ଶାନ୍ତିରେ ଚା ପିଇଲେ କମୁଛି ମୃତ୍ୟୁ ହାର

କଫି ପରିବର୍ତ୍ତେ ଆପଣ ଚା ପିଇବାକୁ ପସନ୍ଦ କରନ୍ତି କି? ଏହି ଗରମ ପାନୀୟ ସଂପର୍କରେ ଏକ ନୂଆ ସର୍ଭେ ରିପୋର୍ଟ ହସ୍ତଗତ ହୋଇଛି। ସର୍ଭେ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କଫି ତୁଳନାରେ ଚା ପିଇବା ଭଲ। ଚା ପିଇବା ଦ୍ବାରା ମୃତ୍ୟୁ ଆଶଙ୍କା ହ୍ରାସ ପାଇଥାଏ।

ଏ ନେଇ ନିକଟରେ ଇଂଲଣ୍ଡର ଗବେଷକମାନେ ଏକ ଗବେଷଣା କରିଥିଲେ। ଗ‌ବେଷଣାରୁ ଜାଣିବାକୁ ମିଳିଛି ‌ଯେ ଚା ପିଉନଥିବା ଲୋକଙ୍କ ମଧ୍ୟରେ ୧୩ ପ୍ରତିଶତ ମୃତ୍ୟୁ ଆଶଙ୍କା ରହିଥିବା ବେଳେ ଦିନକୁ ୨-୩ କପ୍‌ ଚା ପିଉଥିବା ଲୋକଙ୍କ କ୍ଷେତ୍ରରେ ୯ ପ୍ରତିଶତ ମୃତ୍ୟୁ ସମ୍ଭାବନା ଥ‌ାଏ।

ଏହି ଗବଷେଣା କରିଥିଲେ ନେସ୍‌ନାଲ୍‌ କ୍ୟାନ୍‌ସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକମାନେ। ପୂର୍ବରୁ ହୋଇଥିବା ଗବେଷଣାକୁଡ଼ିକୁ ଦେଖିରେ ସବୁଜ ଟି ବା ଗ୍ରୀନ୍‌ ଟି ଶରୀର ପାଇଁ ବେଶି ଲାଭଦାୟକ ବୋଲି ଜାଣିରଖନ୍ତୁ। ଅଧିକ ଚା ପିଉଥିବା ଲୋକଙ୍କ କ୍ଷେତ୍ରରେ ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌ ଆଦି ସମସ୍ୟା ବି ହ୍ରାସ ପାଇଥାଏ।

ନିକଟରେ ହୋଇଥିବା ଏହି ଗବେଷଣାରେ ୪୦ରୁ ୬୭ ବର୍ଷ ବୟସ ମଧ୍ୟରେ ୪,୯୮,୦୪୩ ଜଣଙ୍କୁ ସାମିଲ୍‌ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ନାଲି ଚା’ ପିଉଥିବା ଜାଣିବାକୁ ମିଳିଛି। ଆପଣ ନିଜର ସୁସ୍ଥକର ଡାଏଟ୍‌ ତାଲିକାରେ ବି ଚା’କୁ ସାମିଲ୍‌ କରିପାରିବେ ବୋଲି ଗବେଷକମାନେ ମତ ବ୍ୟକ୍ତ କରିଛନ୍ତି।

ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେଲ୍‌ଥ(ଏନ୍‌ଆଇଏଚ୍‌) ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚା’ର ତାପମାତ୍ରାରୁ ନେଇ ଚିନି ଓ ପତିର ପରିମାଣରୁ ବି ଗୁଣରେ ପାର୍ଥକ୍ୟ ‌ଦେଖିବାକୁ ମିଳିଛି।

SHARE BY