ଶହୀଦ ଦେବାଶିଷ ବିଶ୍ୱାଳ ଅମର ରହେ । ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସତ୍ୟବାଦୀର ସହିଦ ଦେବାଶିଷ ବିଶ୍ୱାଳ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଜନ୍ମସ୍ଥାନ ଅଳଗୁମରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଅଳଗୁମ ଶ୍ମଶାନରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ତାଙ୍କ ପାର୍ଥିବ ଶରୀରକୁ ସମ୍ପର୍କୀୟ ମୁଖାଗ୍ନି ଦେବାପରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଶହୀଦ ଦେବାଶିଷ । ମୁଖାଗ୍ନି ପୂର୍ବରୁ ସେନା ପକ୍ଷରୁ ତାଙ୍କୁ ୨୧ ତୋପ ସଲାମ ଦିଆଯାଇଥିଲା । ଅମର ରହେ ଶହୀଦ ଦେବାଶିଷ ବିଶ୍ୱାଳ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଗାଁ ଶ୍ମଶାନ । ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଖି ଲୁହରେ ଭିଜିଥିଲା ସତ୍ୟବାଦୀ ଅଳଗୁମ ଶ୍ମଶାନ । ଶହୀଦ ଦେବାଶିଷ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ସତ୍ୟବାଦୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା