The Topmost

“The eyes believe themselves, the ears believe other people.”

ଶବ ପୋତିବାକୁ ନାହିଁ ସ୍ଥାନ

ତୁର୍କୀରେ ଭୂକମ୍ପ ପରେ ଭୂକମ୍ପ । ଉଜୁଡିଯାଇଛି ଅନେକ ଧନ ସମ୍ପତ୍ତି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ବର୍ତ୍ତମାନ୍ ଏପରି ପରିସ୍ଥିତି ହୋଇଛି ଯେ, ଶବ ପୋତିବା ପାଇଁ ସ୍ଥାନ ମିଳୁନି । ଗୋଟିଏ ସହରରେ ୫ହଜାର ଶବକୁ ପୋତାଯାଇଥିବା ବେଳେ ଆଉ ଶବ ପୋତିବା ପାଇଁ ସ୍ଥାନ ମିଳୁନି । ତୁର୍କୀ ଓ ସିରିଆରେ ଫେବୃଆରୀ ୬ତାରିଖରେ ୭.୮ ତିବ୍ରତାର ସହ ଭୟଙ୍କର ଭୂମିକମ୍ପ ସବୁକିଛିରୁ ଉଜାଡି ଦେଇଛି । ଏବେ ସୁଦ୍ଧା ୩୩ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଭୂମିକମ୍ପରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବକୁ କାର ଏବଂ ଭ୍ୟାନ୍ ସାହାଯ୍ୟରେ କବରଖାନାକୁ ନିଆଯାଉଛି । ଶବ ବୋହୁଥିବା ଗାଡି ଦିନ ରାତି କାମରେ ଲାଗିଛି । କାହିଁକି ନା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି ।