The Topmost

“The eyes believe themselves, the ears believe other people.”

ଶପଥ ସମାରୋହ ପାଇଁ ଭବ୍ୟ ଆୟୋଜନ

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ଶପଥ ସମାରୋହ ପାଇଁ ହୋଇଛି ଭବ୍ୟ ଆୟୋଜନ । କାନ୍ତିରାଭା ଷ୍ଟାଡିୟମରେ ଆୟୋଜିତ ହୋଇଛି ମେଗା ଇଭେଣ୍ଟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା ଏବଂ ଡେପୁଟି ସିଏମ ଭାବେ ଶପଥ ନେବେ ଡି କେ ଶିବକୁମାର । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ଅଧା ମନ୍ତ୍ରିମଣ୍ଡଳ ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଶପଥ ସମାରୋହରୁ ବିରୋଧୀ ଏକତା ବାର୍ତ୍ତା । ସମାନ ବିଚାରଧାରା ରଖୁଥିବା ଦଳକୁ କଂଗ୍ରେସ ନିମନ୍ତ୍ରଣ କରିଛି । ଉତ୍ସବରେ ସାମିଲ ହେବେ ଛତିଶଗଡ଼, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ତାମିଲନାଡୁ, ବିହାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଆରଜେଡିର ତେଜସ୍ୱୀ ଯାଦବ, ଏନସିପି ସୁପ୍ରିମୋ ଶରଦ ପାୱାର, ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଆଇର ଡି ରାଜା, ସିପିଏମର ସୀତାରାମ ୟେଚୁରୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି କଂଗ୍ରେସ ।