January 14, 2026

ଶପଥ ନେଲେ ଷ୍ଟାଲିନ୍ ଙ୍କ ପୁଅ

ତାମିଲନାଡୁ ସିଏମ୍ ଏମ୍‌. କେ. ଷ୍ଟାଲିନ୍‌ଙ୍କ ଜ୍ୟେଷ୍ଠପୁତ୍ର ଉଦୟନିଧି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ‘ଡିଏମ୍‌କେ’ ଯୁବ ଶାଖାର ସଚିବ ଉଦୟନିଧିଙ୍କୁ ରାଜଭବନରେ ଶପଥପାଠ କରାଇଛନ୍ତି ତାମିଲନାଡୁର ରାଜ୍ୟପାଳ ଆର୍‌. ଏନ୍‌. ରବି ।  ‘ଡିଏମ୍‌କେ’ର ‘ଉଦୟ ପୁତ୍ର’ ବୋଲି କୁହାଯାଉଥିବା ଉଦୟନିଧିଙ୍କୁ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଦାୟିତ୍ବ ଦିଆଯିବ। ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରାଯିବ ବୋଲି ଗତ କେତେ ମାସ ହେବ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କିନ୍ତୁ, ଏହା ପୂର୍ବରୁ ସେ ଦେଇଥିବା କେତେକ ପ୍ରତିଶ୍ରୁତି ପୂରଣ ପାଇଁ ‘ଡିଏମ୍‌କେ’ ମୁଖ୍ୟ ଅପେକ୍ଷା କରିଥିଲେ ।

SHARE BY