ଆଜି ହିମାଚଳ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ପ୍ରତିଭାଙ୍କ ସମର୍ଥକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହେବେ । ତେବେ ଆଜି ଏନେଇ ହେବ ଶପଥ ପାଠ । ଲୋକସଭା ସାଂସଦ ଯୋଗୁଁ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ରେସରେ ପଡିଗଲେ । ସୁଖବିନ୍ଦର ସିଂହ ହିମାଚଳ କଂଗ୍ରେସର ଜଣେ ଟାଣୁଆ ନେତା । ଦଳ ପ୍ରତି ତାଙ୍କର ରହିଛି ନିଷ୍ଠା ଓ ରାଜନୀତିରେ ବିଚକ୍ଷଣ । ସମାଜସେବାରେ ରହିଛି ଆଗ୍ରହ । ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ସୁଖବିନ୍ଦର ସିଂ ସୁଖୁ । ରାଜ୍ୟବାସୀଙ୍କ ଆଗରେ ତାଙ୍କର ସ୍ବତନ୍ତ୍ର ପ୍ରତିଛବି ରହିଛି । ଖାସ ଏଇଥିପାଇଁ ଲଗାତାର ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିବା ସୁଖବିନ୍ଦର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ