The Topmost

“The eyes believe themselves, the ears believe other people.”

ଶପଥପାଠ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଉତ୍ତର ପୂର୍ବ ଭାରତର ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ତରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ଏହି ୩ ରାଜ୍ୟରେ ଆୟୋଜିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ନେତାଙ୍କ ଶପଥପାଠ ଉତ୍ସବରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ତ୍ରିପୁରାରେ ବିଜେପି ସରକାର ଗଠନ ପାଇଁ ସ୍ପଷ୍ଟ ଜନମତ ପାଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ଜୁନୟର ପାର୍ଟନର ଭାବେ କ୍ଷମତା ଦଖଲ କରିବାକୁ ଯାଉଛି । ଉତ୍ତରପୂର୍ବ ରାଜ୍ୟରେ ବିଜେପି ନିଜର ଦବଦବା ଜାରି ରଖିବା ଓ ଏହି ଅଞ୍ଚଳ ପ୍ରତି ଅତ୍ୟନ୍ତ ଭଲ ପାଇବା ରହିଛି ବୋଲି ଦେଖାଇବା ପାଇଁ ମୋଦି ଶପଥପାଠ ଉତ୍ସବରେ ସାମିଲ ହେବାକୁ ଯାଉଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୭ରେ ନାଗାଲାଣ୍ଡ ଓ ମେଘାଳୟରେ ଆୟୋଜିତ ହେବାକୁ ଥିବା ଶପଥପାଠ ଉତ୍ସବରେ ସାମିଲ ହେବେ। ଏହାର ଦିନକ ପରେ ତ୍ରିପୁରାରେ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ।