The Topmost

“The eyes believe themselves, the ears believe other people.”

ଲୋକଙ୍କୁ ଆକୃଷ୍ଟ କରିବାକୁ ହିମାଚଳରେ ପ୍ରତିଶ୍ରୁତି ବର୍ଷା

ହିମାଚଳ ପାଇଁ ବିଜେପି ଜାରିକଲା ସଂକଳ୍ପ ପତ୍ର । ହିମାଚଳରେ ଲୋକଙ୍କୁ ଆକୃଷ୍ଟ କରିବାକୁ ହେଉଛି ପ୍ରତିଶ୍ରୁତି ବର୍ଷା । ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସଂକଳ୍ପପତ୍ର ଜାରି କରି କହିଛନ୍ତି କି, ବିଜେପି ସରକାର ପୁଣି ଆସିଲେ ରାଜ୍ୟରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହାସହ ରାଜ୍ୟରେ ୟୁନିଫର୍ମ ସିବିଲ କୋର୍ଡ ଲାଗୁ କରାଯିବ । ଏନେଇ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯିବ । କେବଳ ଏତିକି ନୁହେଁ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୮ ଲକ୍ଷ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଆଉ ୫ ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ବିଜେପି ତାର ସଂକଳ୍ପପତ୍ରରେ ଉଲ୍ଲେଖ କରିଛି ।