ଲୋକେ ରେସନ୍ କିଣନ୍ତି, କିନ୍ତୁ ‘ବିଜେପି’ ବିଧାୟକମାନଙ୍କୁ କିଣୁଛି । ଆଜ୍ଞା ହଁ ଏହିଭଳି କିଛି କହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ତେବେ ମୁଖ୍ୟମନ୍ତ୍ରୀ ସୋରେନ୍ ଆସ୍ଥା ଭୋଟ୍ରେ ଆଜି ବିଜୟ ହାସଲ କରିଛନ୍ତି । ତାଙ୍କ ସପକ୍ଷରେ ମୋଟ୍ ୪୮ଟି ଭୋଟ୍ ପଡ଼ିଥିବାବେଳେ ସେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି । ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍ ଆଜି ଝାଡ଼ଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା ଭୋଟ୍ ପାଇଁ ପ୍ରସ୍ତାବ ଦେବା ସହ କହିଥିଲେ, ବିରୋଧୀ ଦଳ ଗଣତନ୍ତ୍ରକୁ ନଷ୍ଟ କରି ଦେଇଛି । ‘ବିଜେପି’ ବିଧାୟକମାନଙ୍କ ଘୋଡ଼ା ବେପାରରେ ମାତିଛି । ଆମେ ବିଧାନସଭାରେ ଆମର ସାମର୍ଥ୍ୟ ପ୍ରତିପାଦନ କରିବୁ । ସେ ଆହୁରି ମଧ୍ୟ କହିଥିଲେ, ଲୋକେ ଲୁଗାପଟା, ରେସନ୍, ସଉଦାପତ୍ର ଆଦି କିଣିବା କଥା ଆମେ ଶୁଣିଛୁ । କିନ୍ତୁ, କେବଳ ‘ବିଜେପି’ ହିଁ ବିଧାୟକମାନଙ୍କୁ କିଣୁଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର