The Topmost

“The eyes believe themselves, the ears believe other people.”

ଲେବାନନ ସୀମାରୁ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ଲେବାନନର ଉତ୍ତର ସୀମାରେ ଥିବା କିରିୟତ ଶାମୋନାରୁ ଇସ୍ରାଏଲ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ। ଗୋଟିଏ ଦିନ ତଳେ କିରୟତ ଶାମୋନା ଓ ଏହାର ଆଖପାଖ ସୀମାନ୍ତ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଥିଲା । ଦୁଇ ସପ୍ତାହ ତଳେ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ-ଲେବାନନ ସୀମାରେ ବି ସଂଘର୍ଷ ଚାଲିଛି । ଲେବାନନ ପଟୁ ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଗୋଳା ଓ ରକେଟ୍ ବର୍ଷଣ କରାଯାଉଛି । ଇସ୍ରାଏଲ ନିଜ ସୀମାରେ ଥିବା କେତେକ ଅଞ୍ଚଳକୁ ନିଷିଦ୍ଧ ସାମରିକ ଜୋନ୍ ଭାବେ ଘୋଷଣା କରିସାରିଛି । ଫଳରେ ବାସିନ୍ଦା ମାନେ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଲେବାନନ ସୀମାରୁ ସବୁଠାରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି । ଲେବାନନ ସେନାର ସୂଚନା ଅନୁଯାୟୀ, କିରିୟତ ଶାମୋନା ସୀମାରେ ଥିବା ଏକ ଅଞ୍ଚଳରେ ଇସ୍ରାଏଲଗୁଳିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଏବଂ ଲେବାନନର ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଛି । ଗାଜା ଇସ୍ରାଏଲ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି । ଯୁଦ୍ଧ ଆରମ୍ଭ ପରଠାରୁ ୫ ହଜାରରୁ ଅଧିକ ଶିବିରକୁ ଟାର୍ଗେଟ କରିଛି ଇସ୍ରାଏଲି ସେନା ।