October 14, 2025

ଲିବ୍ୟାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ 

ଲିବ୍ୟାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ । ଭୀଷଣ ବାତ୍ୟା ଓ ବର୍ଷା ଯୋଗୁଁ ଲିବ୍ୟା ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ହଜାରେରୁ ଅଧିକ ନିଖୋଜ ହୋଇଥିବା ପୂର୍ବାଞ୍ଚଳ ଲିବ୍ୟାର ସରକାରୀ କର୍ତ୍ତୃପକ୍ଷମାନେ ସୋମବାର ଦିନ କହିଛନ୍ତି । ଲିବ୍ୟାର ପୂର୍ବ ପ୍ରାନ୍ତକୁ ନିୟନ୍ତ୍ରଣ କରୁଥିବା ‘ଲିବ୍ୟାନ୍‌ ନ୍ୟାସ୍‌ନାଲ୍‌ ଆର୍ମି’ର ମୁଖପାତ୍ର ଅହମଦ୍‌ ମିସ୍‌ମାରି ଟେଲିଭିଜନ୍‌ରେ ପ୍ରସାରିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଦୁର୍ବିପାକ ଆସି ଆଖପାଖ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଲା । ନିଖୋଜ ବ୍ୟକ୍ତିମାନଙ୍କ ସଂଖ୍ୟା ୫-୬ ହଜାର ହେବ ବୋଲି ସେ ଆକଳନ କରିଛନ୍ତି ।

SHARE BY