ଆଫ୍ରିକୀୟ ଦେଶ ଲିବ୍ୟାରେ ଡାନିୟଲ ତୁଫାନ ଓ ବନ୍ୟାର ଭରଙ୍କର ପରିସ୍ଥିତି । ଝଡରେ ୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଡେର୍ନା ସହର ନିକଟରେ ଥିବା ଦୁଇଟି ଡ୍ୟାମ ଭାଙ୍ଗିଯିବା ଫଳରେ ପୁରା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଏଭଳି ଝଡ ଓ ବନ୍ୟାରେ ଲିବ୍ୟାରେ ୫ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଗଣମାଧ୍ୟମ ରିପୋର୍ଟ ମୁତାବକ ୧୫ ହଜାର ଲୋକ ନିଖୋଜ ହୋଇଯାଇଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଯବାନଙ୍କ ମଧ୍ୟରୁ ମଧ୍ୟ ୧୨୩ ଜଣ ଯବାନଙ୍କ ଖୋଜ ଖବର ମିଳିନାହିଁ । ସେପଟେ ବିମାନବନ୍ଦରଗୁଡିକ ଭାଙ୍ଗିରୁଜି ଏଭଳି ଅବସ୍ଥାରେ ରହିଛି କି ସେଠାରୁ କୌଣସି ବିମାନ ଉଡାଣ ଭରିପାରୁନାହିଁ । ଏହି କାରଣରୁ ଅନ୍ୟ ଦେଶରୁ ସହାୟତା ପହଂଚିପାରୁନଥିବା କଥା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ମୁତାବକ ବନ୍ୟାଜଳରେ ଏବେ ବି ଶବ ଭାସୁଛି ଓ ଘର ଭିତରେ କିଛି ଶବ ପଚିଷଢି ଯାଇଛି । ତେବେ ବନ୍ଦର ସହର କୁହାଯାଉଥିବା ଡେର୍ନା ନିକଟରେ ଦୁଇଟି ଡ୍ୟାମ ଥିଲା । ଝଡ ତୋଫାନ କାରଣରୁ ଦୁଇଟି ଯାକ ଡ୍ୟାମ୍ ଭାଙ୍ଗିଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ