
ଯୁବତୀମାନେ ଓଠରେ ଲିପଷ୍ଟିକ ସହ ଲିପ୍ ଲାଇନର ମଧ୍ୟ ଲଗାଇଥାନ୍ତି । ଏହାଦ୍ୱାରା ଲିପଷ୍ଟିକ ଦୀର୍ଘ ସମୟ ଧରି ରହିବା ସହ ଓଠର ସୁନ୍ଦରତା ଦ୍ୱିଗୁଣିତ ହୋଇଥାଏ । କିନ୍ତୁ ଆପଣ ଲିପ୍ ଲାଇନରକୁ ଓଠ ବ୍ୟତୀତ ଅନ୍ୟ ମେକଅପ୍ରେ ବ୍ୟବହାର କରିପାରିବେ । ଏଥିରୁ ଆପଣଙ୍କୁ ପରଫେକଫ ମେକଅପ୍ ଲୁକ୍ ମିଳିପାରିବ ।

- ଆଇ ଲାଇନର ବଦଳରେ ଆପଣ କଲରଫୁଲ୍ ଲିପ୍ ଲାଇନର ବ୍ୟବହାର କରିପାରିବେ । ଏଥିପାଇଁ ଡ୍ରେସ୍ ସହ ମ୍ୟାଚିଂ କଲର୍ର ଲିପ୍ ଲାଇନରକୁ ନେଇ ଆଈଲିଡ୍ ଉପରେ ପତଳା ଭାବେ ଲଗାଇପାରିବେ ।
-ଆପଣ ଆଇ ମେକଅପ୍କୁ ହାଇଲାଇଟ୍ କରିବା ପାଇଁ ଲିପ୍ ଲାଇନର ବ୍ୟବହାର କରନ୍ତୁ । ୨-୩ କଲର ଲିପ୍ ଲାଇନରକୁ ଆଖିରେ ଲଗାନ୍ତୁ । ଏହାପରେ ଆଇଶ୍ୟାଡୋ ବ୍ରଶ୍ ଦ୍ୱାରା ବ୍ଲେଣ୍ଡ୍ କରନ୍ତୁ ।
-ସ୍ମୋକି ମେକଅପ୍ ଚାହୁଁଥିଲେ ବ୍ଲାକ୍ ଆଇ ଲାଇନର ବ୍ୟବହାର କରିବା ପରିବର୍ତ୍ତେ କଲରଫୁଲ ଲିପ୍ ଲାଇନରର ଇଫେକଫ ଦେଇପାରିବେ । ଏହାଦ୍ୱାରା ଆପଣଙ୍କୁ ଆଖିର ୟୁନିକ ସ୍ମୋକି ଲୁକ୍ ମିଳିବ ।
-କେବଳ ସେତିକି ନୁହେଁ ଲିପ୍ ଲାଇନରକୁ ନ୍ୟାଚୁରାଲ ବ୍ଲଶ୍ ପରି ପ୍ରୟୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ଲାଲ କିମ୍ବା ଗୋଲାପୀ ରଙ୍ଗର ଲିପ୍ ଲାଇନର ଚୟନ କରନ୍ତୁ । ତେବେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ମ୍ୟାଟ୍ ଫିନିଶର ଲିପ୍ ଲାଇନର ନେବାକୁ ପଡ଼ିବ ।

More Stories
ହଜାରେ ସମସ୍ୟାର ଗୋଟିଏ ସମାଧାନ
ମୁହଁରେ ଦାଗ ଓ ଗାତ ହୋଇଛି କି
ଓଜନ ନିୟନ୍ତ୍ରଣ କରିବାରେ ସୁପର ଫୁଡ୍ ତେନ୍ତୁଳି