The Topmost

“The eyes believe themselves, the ears believe other people.”

ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ଖେଳିବ ଭାରତ

ଆଜି ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ଖେଳିବ ଭାରତ । ବେଙ୍ଗାଲୁରରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡସ ଓ ଭାରତ । ନେଦରଲ୍ୟାଣ୍ଡସକୁ ହରାଇ କ୍ଲିନ ସୁଇପ ଲକ୍ଷ୍ୟ ରଖିଛି । ଟିମ ଇଣ୍ଡିଆ । ୮ରୁ ୮ ମ୍ୟାଚ ଜିତିଛି ଭାରତ । ନେଦରଲ୍ୟାଣ୍ଡସକୁ ହରାଇ ଅପରାଜୟୀ ଭାବେ ସେମିଫାଇନାଲରେ ଉଭା ହେବ ଭାରତ । ତେବେ ଆଜି ମ୍ୟାଚରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପରେ ବୋଲି କୁହାଯାଉଛି । ଯେହେତୁ ମ୍ୟାଚରେ ଏତେଟା ଗୁରୁତ୍ୱ ନାହିଁ, ତେଣୁ ପ୍ରସିଦ୍ଧ କ୍ରିଷ୍ଣାକୁ ଆଜି ସୁଯୋଗ ମିଳିପାରେ । ତେବେ ଆସନ୍ତା ୧୫ରେ ନ୍ୟୁଜିଲ୍ୟାଣ୍ଡ ସହ ସେମି ଫାଇନାଲ ମୁକାବିଲା ଅଛି । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ସେପଟେ କୋଲକତାର ଇଡେନ ଗାଡେନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ ।