ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା । ଯାହା ୩ ଦଶନ୍ଧି ଧରି ସମ୍ଭବ ହୋଇନଥିଲା, ତାହା ଏବେ ସମ୍ଭବ ହୋଇଛି । ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇଲେ ବିଏସଏଫ ଯବାନ । ଆନ୍ଧ୍ର ସୀମାନ୍ତ ଯନ୍ତ୍ରୀ, ରାଲେଗଡ଼, ସାରୁକାବନ୍ଧରେ ଘରେ ଘରେ ଉଡ଼ୁଛି ତ୍ରିରଙ୍ଗା । ସ୍ଥାନୀୟ ଲୋକ ସ୍ୱାଧୀନତାର ୭୫ତମ ପୂର୍ତ୍ତି ପାଳିଛନ୍ତି । କେବଳ ସେତିକି ନୁହେଁ ସେନାକ୍ୟାମ୍ପକୁ ଆସି ଯବାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ସରକାରଙ୍କ ବିକାଶମୂଳକ ଯୋଜନାରେ ସ୍ଥାନୀୟ ଲୋକ ସାମିଲ ହୋଇଛନ୍ତି । ସ୍ୱାଭିମାନ ଅଞ୍ଚଳରେ ଦୂରଦୂରାନ୍ତରେ ସେନା କ୍ୟାମ୍ପ ସହ ପୋଲିସ ଥାନା ଏବଂ ଲଗାତର ମାଓ ଅପରସେନ ସ୍ଥାନୀୟ ଲୋକଙ୍କ ବିଶ୍ବାସ ଜନ୍ମାଇବାରେ ସକ୍ଷମ ହୋଇଛି । ଓଡ଼ିଶା ପୋଲିସ ଓ ବିଏସଫର ଲଗାତର ଅପରସେନ ପରେ ଏବେ ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ସ୍ଥାନୀୟ ଲୋକ ରାଜ୍ୟ ସରକାର ଓ ପୋଲିସ ଉପରେ ଭରସା କରିବା ସହ ଅନେକ ଯୋଜନାରୁ ଲାଭ ପାଉଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ