The Topmost

“The eyes believe themselves, the ears believe other people.”

ଲାଇଭ୍ ଟେଲିକାଷ୍ଟ ପାଇଁ ପ୍ରାକ୍-ଅନୁମତିର ଆବଶ୍ୟକତା ନାହିଁ

ଟିଭି ଚ୍ୟାନେଲ ଗୁଡ଼ିକ ପାଇଁ ସରକାରଙ୍କ ନୂଆ ଗାଇଡଲାଇନ୍ । ଏଣିକି ଲାଇଭ୍ ଟେଲିକାଷ୍ଟ ପାଇଁ କୌଣସି ପ୍ରାକ୍-ଅନୁମତିର ଆବଶ୍ୟକତା ନାହିଁ । ସରକାର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ଗାଇଡଲାଇନକୁ ମଞ୍ଜୁର କରିଛନ୍ତି । ପ୍ରାୟ ୧୧ ବର୍ଷ ପରେ ଟିଭି ଚାନେଲଗୁଡ଼ିକ ପାଇଁ ଏଭଳି ଗାଇଡଲାଇନ ଜାରି ହୋଇଛି । ନୂଆ ଗାଇଡ୍ଲାଇନ୍ ଅନୁସାରେ ଟିଭି ଚାନେଲଗୁଡ଼ିକ ଜାତୀୟ ସ୍ବାର୍ଥ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ୩୦ ମିନିଟର କାର୍ଯ୍ୟକ୍ରମ ପ୍ରସାରଣ କରିବେ । ନୂଆ ଗାଇଡ୍ଲାଇନ୍ ଅନୁସାରେ ଟିଭି ଚାନେଲଗୁଡ଼ିକର ଅପଲିଙ୍କିଂ ଓ ଡାଉନଲିଙ୍କିଂ ପାଇଁ ଭାରତରେ ପଞ୍ଜୀକୃତ କମ୍ପାନି ଗୁଡ଼ିକ ନିମନ୍ତେ ଅନୁମତି ପାଇବା ସୁବିଧାଜନକ ହେବ । କେବଳ ଲାଇଭ୍ ଟେଲିକାଷ୍ଟ ପାଇଁ କାର୍ୟ୍ୟକ୍ରମର ପ୍ରାକ୍-ପଞ୍ଜୀକରଣର ଆବଶ୍ୟକତା ଅଛି ।