ଭୁବନେଶ୍ୱରରେ ଲାଇଫଷଫାଇଲ୍ ମିସ୍ ରଜର ଦ୍ୱିତୀୟ ସିଜନ ଆରମ୍ଭ ହେଉଛି । ଲାଇଫଷଫାଇଲ୍ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି । ଲାଇଫଷ୍ଟାଇଲ୍ ମିସ ରଜ ୨୦୨୨ ପ୍ରତିଯୋଗିତାରେ ସହରର ଯୁବ ମହିଳାମାନଙ୍କ ଫେସନର ସମ୍ବେଦନଶୀଳତାକୁ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ନାରୀତ୍ୱକୁ ପାଳନ କରିବାର ଏହି ତିନି ଦିନିଆ ଉତ୍ସବକୁ ମିସ ରଜ ପର୍ବ ପ୍ରତିଯୋଗିତା ସିଜନ ୨ ଜରିଆରେ ଲାଇଫଷ୍ଟାଇଲ୍ ପାଳନ କରିବ । ଏହି ପ୍ରତିଯୋଗିତା ନେଇ ଲୋକପ୍ରିୟ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ତାଙ୍କ ସୋସିଆଲ ମିଡିଆରେ ମେ ୨୭ରେ ଘୋଷଣା କରିଛନ୍ତି ।
ତେବେ ନିଜର ଷ୍ଟାଇଲିସ ଫଟୋକୁ ଇନଷ୍ଟାଗ୍ରାମରେ ହାସଟ୍ୟାଗ୍ ଲାଇଫଷ୍ଟାଇଲ୨୦୨୨ ବ୍ୟବହାର କରି ଅପ୍ଲୋଡ୍ କରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଲାଇଫଷ୍ଟାଇଲ ମିସ ରଜ ୨୦୨୨ ଭୁବନେଶ୍ୱରର ଯୁବ ମହିଳାମାନଙ୍କୁ ସ୍ୱାଗତ କରୁଛି । ଆବେଦନଗୁଡ଼ିକୁ ଷ୍ଟାଇଲିସ ଲୁକ୍ ଓ ପୋଷ୍ଟକୁ ମିଳିଥିବା ଅଧିକ ଲାଇକ୍ ଆଧାରରେ ଅନୁଶୀଳନ କରାଯିବ । ଜୁନ୍ ୯ରେ ୧୦ ପ୍ରାକ୍-ଫାଇନାଲିଷ୍ଟଙ୍କ ନାମ ଘୋଷଣା କରାଯିବ ଏବଂ ଲାଇଫଷ୍ଟାଇଲର ନୂତନ ଟ୍ରେଣ୍ଡ୍ ସହ ତାଙ୍କୁ ଷ୍ଟାଇଲିସ ଭାବେ ଶିଳ୍ପ ବିଶେଷଜ୍ଞଙ୍କ ଦ୍ୱାରା ଷ୍ଟାଇଲ୍ କରାଯିବ ଏବଂ ଫଟୋସୁଟ୍ କରାଯିବ । ପ୍ରାକ୍-ଫାଇନାଲିଷ୍ଟମାନେ ସେହି ଫଟୋକୁ ଭୋଟିଂ ପର୍ଯ୍ୟାୟ ପାଇଁ ନିଜ ଇନଷ୍ଟାଗ୍ରାମରେ ଅପ୍ଲୋଡ୍ କରିବେ ।
ସର୍ବାଧିକ ଭୋଟ ପାଇଥିବା ଆବେଦନକୁ ବିଜୟୀ ଘୋଷଣା କରାଯିବା ସହ ଜୁନ୍ ୧୫ରେ ଏହି ପ୍ରତିଯୋଗିତା ଶେଷ ହେବ । ଏସପ୍ଲାନେଡ୍ ୱାଲ୍ ମଲରେ ଥିବା ଲାଇଫଷ୍ଟାଇଲ୍ ଷ୍ଟୋରରେ ଗ୍ରାଣ୍ଡ୍ ଫିନାଲେ ଅନୁଷ୍ଠିତ ହେବ । ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ଲାଇଫ୍ଷଫାଇଲ୍ ମିସ୍ ରଜ ୨୦୨୨ ଘୋଷଣା କରିବେ ଓ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ହସ୍ତାନ୍ତର କରିବେଷ ବିଭିନ୍ନ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମ ଜରିଆରେ ଏହି ପ୍ରତିଯୋଗିତାର ବ୍ୟାପକ ପ୍ରଚାର କରାଯିବ । https://thetopmost.in/%e0%ac%95%e0%ac%be%e0%ac%a8%e0%ad%8d%e0%ac%b8-%e0%ac%ab%e0%ad%87%e0%ac%b7%e0%ad%8d%e0%ac%9f%e0%ac%bf%e0%ac%ad%e0%ac%be%e0%ac%b2%e0%ac%b0%e0%ad%87-%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f/
https://thetopmost.in/electricity-invented-from-orange-flacks/
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି